Advertisment

ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ବାଲି ବୋଝେଇ ଟ୍ରାକ୍ଟର

ଦୁର୍ଘଟଣା ପରେ ଦୁଇଟି ଟ୍ରାକ୍ଟରର ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଛନ୍ତି।

ଅଦ୍ୟତନ ହୋଇଛି
Road Accident

Road Accident

Advertisment

ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ରାକ୍ଟର। ଘଟଣା ଘଟିଛି କଟକ ଜିଲ୍ଲା ମଧୁପାଟଣା ଥାନା ଅନ୍ତର୍ଗତ ନୂଆପଡ଼ା ଛକରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ସ୍ମୃତି ରଂଜନ ଓଝା।

Advertisment

ଆଜି ସକାଳେ ନୂଆପଡ଼ାରୁ ଏକ ବାଲି ବୋଝେଇ ଟ୍ରାକ୍ଟରଟି ଯାଉଥିବା ବେଳେ ବୀପରିତ ଦିଗରୁ ଆସୁଥିବା ବାଲି ବୋଝେଇ ଟ୍ରାକ୍ଟର ସହ ମୁହାଁମୁର୍ହି ଧକ୍କା ହୋଇଥିଲା। ଏହି ସମୟରେ ସ୍କୁତି ରଞ୍ଜନ ବାଇକ୍ ନେଇ ସେହି ବାଟେ ଦେଇଯାଉଥିଲେ। ଦୁର୍ଘଟଣାପରେ ଟ୍ରାକ୍ଟରଟି ତାଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଇଛି। ଉତ୍ତ୍ୟକ୍ତ ଲୋକେ ଓ ସ୍ଥାନୀୟ କର୍ପୋରେଟର ସନ୍ତୋଷ ଭୋଳ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ଏହାସହ ଧାରଣାରେ ବସିଛନ୍ତି। ମଧୁପାଟଣା ଥାନା ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ପରେ ଦୁଇଟି ଟ୍ରାକ୍ଟରର ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଛନ୍ତି। ପୁଲିସ ଦୁଇଟି ଗାଡ଼ିକୁ ଜବତ କରିଛି।

Advertisment
Roadaccident Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe