Advertisment

ଘାଟିରେ ଓଲଟିଲା ବାଲି ବୋଝେଇ ଟିପ୍ପର

ମୋହନା ଥାନା ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Road accident

Road accident

Advertisment

ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବାଲି ବୋଝେଇ ଟିପ୍ପର। ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଝୁଲାସାହୀ ନିକଟରେ।

Advertisment

ମୃତ ଶ୍ରମିକ ଜଣଙ୍କ ହେଲେ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ରଉତସାହିର ମିଟୁ ମହାଙ୍କୁଡ଼। 

ମିଟୁ ଗଞ୍ଜାମ ଜିଲ୍ଲା ସୋରଡାରୁ ବାଲି ନେଇ ଚନ୍ଦ୍ରଗିରି ଅଭିମୁଖେ ଯାଉଥିଲେ। ଏହି ସମୟରେ ଝୁଲାସାହି ନିକଟରେ ଥିବା ଘାଟି ଚଢ଼ି ନ ପାରି ଟିପ୍ପରଟି ପଛକୁ ଖସି ଓଲଟି ପଡିଥିଲା। ଟିପ୍ପରରେ ଥିବା ଡ୍ରାଇଭର ଓ ହେଲପର ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ବେଳେ ଘଟଣାସ୍ଥଳରେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ମୋହନା ଥାନା ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Advertisment
Road Accident Gajpati
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe