/odisha-reporter/media/post_attachments/uploadimage/library/16_9/16_9_0/IMAGE_1689665415.jpg)
Road Accident
ଲୁହା ବାରିକେଡକୁ ଧକ୍କା ଦେଇ ୧୫ ଫୁଟ୍ ତଳକୁ ଖସିଲା ବାଇକ୍। ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟିରେ ଏହି ଦୁର୍ଘଟଣା ଘଟିଛି । ମୃତ ବାଇକ୍ ଆରୋହୀ ଜଣଙ୍କ ହେଲେ ସାନଖେମୁଣ୍ଡି ବ୍ଲକ କଂସ।ମାରୀ ଗ୍ରାମର ଡି. ସନ୍ତୋଷ।
Advertisment
ଆଜି ସକାଳ ପ୍ରାୟ ୧୦ଟା ସମୟରେ ସନ୍ତୋଷ ତପ୍ତପାଣିରୁ ବାଇକ୍ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ବାଇକ୍ଟି ଭାରସାମ୍ୟ ହରାଇ ଗୋବିନ୍ଦପୁର ନିକଟରେ ଥିବା ଖେମୁଣ୍ଡି ଖୋଲ ଲୁହା ବାରିକେଡକୁ ଧକ୍କା ଦେଇ ୧୫ ଫୁଟ୍ ତଳକୁ ଖସି ପଡ଼ିଥିଲା। ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ବାଇକ ଆରୋହୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।
ସନ୍ତୋଷଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ପୁଲିସ ବାଇକ୍କୁ ଜବତ କରି ଘଟଣା ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
