Advertisment

ଛୁଟି କଟାଇବା ପାଇଁ ଗାଁକୁ ଆସିଥିଲେ; ସଡ଼କ ଦୁର୍ଘଟଣାର ଚାଲିଗଲା ଯବାନଙ୍କ ଜୀବନ

ଜିତେନ୍ଦ୍ର ପଞ୍ଜାବରେ BSF ଯବାନ ଭାବେ କାର୍ଯ୍ୟ କରୁଥିଲେ।

ଅଦ୍ୟତନ ହୋଇଛି
Road Accident

Road Accident

Advertisment

ଭାରତ ମା’ର ସେବା କରିସାରି ପରିବାର ଲୋକଙ୍କ ସହ ଛୁଟି କଟାଇବା ପାଇଁ ଗାଁକୁ ଆସିଥିଲେ ଯବାନ। ହେଲେ ତାଙ୍କର ହସଖୁସି ବେଶୀ ସମୟ ରହିନଥିଲା। ପରିବାର ଲୋକଙ୍କ ସହ କିଛି ଦିନ ହସଖୁସିରେ ଦିନ ବିତାଇବା ପରେ ତାଙ୍କ ଜୀବନରେ ମାଡ଼ି ଆସିଥିଲା କଳା ବାଦଲ। ସଡ଼କ ଦୁର୍ଘଟଣାରେ ଚାଲିଯାଇଥିଲା ଯବାନଙ୍କ ଜୀବନ।

Advertisment

ମୃତ ଯବାନଙ୍କ ଜଣଙ୍କ ହେଲେ ଜିତେନ୍ଦ୍ର ପାଢ଼ୀ। ସେ ପଞ୍ଜାବରେ BSF ଯବାନ ଭାବେ କାର୍ଯ୍ୟ କରୁଥିଲେ। ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ବରଡାବିଲି ଠାରେ ଆଜି ଏହି ସଡ଼କ ଦୁର୍ଘଟଣା ଘଟିଛି।

ଜିତେନ୍ଦ୍ର ପଞ୍ଜାବରେ BSF ଯବାନ ଭାବେ କାର୍ଯ୍ୟ କରୁଥିଲେ। ଚଳିତ ମାସ ୬ତାରିଖରେ ଗାଁକୁ ଛୁଟିରେ ଆସିଥିଲେ। ଗତକାଲି ସନ୍ଧ୍ୟାରେ ଜିତେନ୍ଦ୍ର ବାଇକ୍ ଯୋଗେ ସୋରଡ଼ାରୁ ନିଜ ଗାଁକୁ ଆସୁଥିଲେ। ଏହି ସମୟ ଆସିକାରୁ ସୋରଡା ଅଭିମୁଖେ ଯାଉଥିବା ସାଇ କ୍ରିଷ୍ଣା ନାମକ ଘରୋଇ ବସ୍‌ ସହ ଜିତେନ୍ଦ୍ରଙ୍କ ବାଇକ୍‌ର ମୁହିଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଯବାନଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ପହଞ୍ଚି ବସ୍‌କୁ ଜବତ କରି ଗାଡ଼ି ଡ୍ରାଇଭରକୁ ଅଟକ ରଖିଛି। ଏହାସହ ଯବାନଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment

ଜିତେନ୍ଦ୍ର ଦୁର୍ଘଟଣା ପୂର୍ବରୁ ରିଲ୍ସ କରି ସୋଶାଲ ମିଡିଆରେ ଅପଲୋଡ କରିଥିଲେ। ତାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।

Road Accident Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe