Advertisment

ଦୁଇ ଭାଇଙ୍କୁ ଧକ୍କା ଦେଲା ଆଇରନ ବୋଝେଇ ଟ୍ରକ୍‌

ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରି ଘଟଣାର ତଦନ୍ତ କରୁଛି।

author-image
Tapaswini Nayak
Road accident

Road accident

ଦୁଇ ଭାଇଙ୍କ ଉପରେ ମାଡ଼ିଗଲା ଆଇରନ ବୋଝେଇ ଟ୍ରକ୍‌। କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ହରିଦାସପୁର ୫୩ ନମ୍ବର ଜାତୀୟ ରାଜପଥର ଜଦୁପୁରୁ ନିକଟରେ ଏହି ଦୁର୍ଘଟଣା ଘଟିଛି।

Advertisment

ମୃତ ବ୍ୟକ୍ତି ଜଣଙ୍କ ହେଲେ ଚିନ୍ମୟ ବାରିକ। ମୃତାହତଙ୍କ ଘର କରଞ୍ଜ ଗ୍ରାମରେ। ଉଭୟ ସଂପର୍କରେ ଦୁଇ ଭାଇ ହେବେ।

ଗତକାଲି ଚିନ୍ମୟ ଓ ତାଙ୍କ ଭାଇ ବାଇକ୍ ଯୋଗେ ପାରାଦୀପ ଅଭିମୁଖେ ଯାଉଥିଲେ। ଜଦୁପୁରୁ ନିକଟରେ ଆଇରନ ବୋଝେଇ ଟ୍ରକ୍‌ଟି ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ଉଭୟ ଗାଡ଼ିରୁ ଛିଟିକି ତଳେ ପଡ଼ି ଯାଇଥିଲେ। ଘଟଣାସ୍ଥଳରେ ଚିନ୍ମୟଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଭାଇ ଗୁରୁତର ହୋଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିଲା। ଏହାସହ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରି ଘଟଣାର ତଦନ୍ତ କରୁଛି ପୁଲିସ।

Advertisment
Roadaccident Kendrapada