Advertisment

ଓଭର ବ୍ରିଜ ତଳକୁ ଖସିଲା ଲୁହା ପଥର ବୋଝେଇ ଟ୍ରକ୍

ଆଜି ସକାଳେ ଲୁହା ବୋଝେଇ ଟ୍ରକଟି କେନ୍ଦୁଝରରୁ ପାରାଦୀପ ଅଭିମୁଖେ ଯାଉଥିଲା।

author-image
Tapaswini Nayak
Road accident

Road accident

ଓଭର ବ୍ରିଜ ତଳକୁ ଖସିଲା ଲୁହା ପଥର ବୋଝେଇ ଟ୍ରକ୍। ଗାଡ଼ି ତଳେ ଚାପି ହୋଇ ଡ୍ରାଇଭରର ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲ୍ଲା ସାଳପଡ଼ା ଓଭର ବ୍ରିଜରେ ଏହି ଦୁର୍ଘଟଣା ଘଟିଛି।

Advertisment

ଆଜି ସକାଳେ ଲୁହା ବୋଝେଇ ଟ୍ରକଟି କେନ୍ଦୁଝରରୁ ପାରାଦୀପ ଅଭିମୁଖେ ଯାଉଥିଲା। ସାଳପଡ଼ା ଓଭର ବ୍ରିଜ ନିକଟରେ ଟ୍ରକଟି ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିପଡ଼ିଥିଲା। ଡ୍ରାଇଭର ଗାଡ଼ି ଚକା ତଳେ ଚାପି ହୋଇ ଯାଇ ମୃତ୍ୟୁ ଘଟିଥିଲା।

ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତ ଡ୍ରାଇଭରକୁ କଟର ସାହାଯ୍ୟରେ କାଟି ବାହାର କରିବାକୁ ଚେଷ୍ଟା କରୁଛନ୍ତି। ଏହି ଓଭର ବ୍ରିଜରେ ପ୍ରତିଦିନ ଦୁର୍ଘଟଣା ଘଟୁଛି। ସାତ ଦିନ ମଧ୍ୟରେ ଏହି ଓଭର ବ୍ରିଜରେ ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି।

Advertisment
Roadaccident Kendujhar