Advertisment

ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍, ଡ୍ରାଇଭର ଜୀବନ୍ତ ଦଗ୍ଧ

ଆଜି ଭୋର ୪ଟା ସମୟରେ ଦୁଇଟି ଟ୍ରକ୍‌ କଲିକୋତା ଅଭିମୁଖେ ଯାଉଥିଲା।

accident

accident

Advertisment

କେନ୍ଦୁଝର ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥର ମହୁଲଡିହା ଗାଁ ନିକଟରେ ଆଜି ଭୋର ସମୟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଲୁହା ଚାଦର ବୋଝେଇ ଟ୍ରକ୍‌କୁ ଧକ୍କା ଦେଇ ଆଲୁମିନିୟମ ବୋଝେଇ ଟ୍ରକ୍‌ରେ ନିଆଁ ଲାଗିଯାଇଥିଲା। ଗାଡ଼ିରେ ଥିବା ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ମୃତ ଡ୍ରାଇଭରଙ୍କ ପରିଚୟ ମିଳିନାହିଁ।

Advertisment

ଆଜି ଭୋର ୪ଟା ସମୟରେ ଦୁଇଟି ଟ୍ରକ୍‌ କଲିକୋତା ଅଭିମୁଖେ ଯାଉଥିଲା। ମହୁଲଡିହା ଗାଁ ନିକଟରେ ଲୁହା ଚାଦର ବୋଝେଇ ଟ୍ରକ୍‌କୁ ଆଲୁମିନିୟମ ବୋଝେଇ ଟ୍ରକ୍‌ ପଛରୁ ଧକ୍କା ଦେଇଥିଲା। ପରେ ଆଲୁମିନିୟମ ବୋଝେଇ ଟ୍ରକ୍‌ରେ ନିଆଁ ଲାଗିଯାଇଥିଲା। ଡ୍ରାଇଭର ଟ୍ରକ୍ ଭିତରୁ ବାହାରି ପାରି ନଥିଲେ। ସେଠାରେ ସେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ପୁଲିସ ଦୁଇଟି ଟ୍ରକ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।

Fire Breakout Kendujhar Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe