Advertisment

କୁହୁଡି ହେଲା କାଳ; ପୋଲ ତଳକୁ ଖସିଲା ବାଇକ୍

ପାଡୁଆ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଅଦ୍ୟତନ ହୋଇଛି
Road accident

Road accident

Advertisment

କୁହୁଡି ହେଲା କାଳ। ପୋଲ  ତଳକୁ ବାଇକ୍ ସହ ଖସି ପଡ଼ିଲେ ଦୁଇ ବାଇକ୍ ଆରୋହୀ। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। କୋରାପୁଟ ଜିଲା ପାଡୁଆ ଥାନା ଅନ୍ତର୍ଗତ ପୂଜାରିପୁଟ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତହତଙ୍କ ଘର ଅଣ୍ଡୁରୁଗୁଡା ଗାଁରେ। 

Advertisment

ଆଜି ସକାଳେ ଦୁଇ ଜଣ ଯୁବକ ବାଇକ୍ ଯୋଗେ ଆନ୍ଧ୍ର ସୀମାନ୍ତ ଅଣ୍ଡୁରୁଗୁଡା ଗାଁରୁ ବାହାରି ପାଦୁଆ ଅଭିମୁଖେ ଯାଉଥିଲେ। କୁହୁଡି ହୋଇ ଥିବାରୁ ବାଇକ୍‌ଟି ଭାରସାମ୍ୟ ହରାଇ ପୂଜାରିପୁଟ ନିକଟ ଏକ ପୋଲରେ ପିଟି ହୋଇ ତଳକୁ ଖସି ପଡ଼ିଥିଲା। ଦୁଇ ବାଇକ୍‌ ଆରୋହୀ ମଧ୍ୟ ପୋଲ ତଳକୁ ଖସି ପଡ଼ିଥିଲେ। ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଯୁବକ ଆହତ ହୋଇଛନ୍ତି।

ପାଡୁଆ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଗାଡ଼ି ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Roadaccident Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe