Advertisment

ବାଇକ ଆରୋହୀଙ୍କ ଉପରେ ମାଡ଼ିଗଲା ବାଲି ବୋଝେଇ ଟିପର

ପୁଲିସ ଦୁର୍ଘଟଣା ଘଟାଇଥିବା ବାଲି ବୋଝେଇ ଟିପରକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି।

author-image
Tapaswini Nayak
Accident

Accident

ବାଇକ ଆରୋହୀଙ୍କ ଉପରେ ମାଡ଼ିଗଲା ବାଲି ବୋଝେଇ ଟିପର। କୋରାପୁଟ ଜିଲ୍ଲା ୨୬ ନମ୍ବର ଜାତୀୟ ରାଜପଥ ମୂର୍ତ୍ତିକା ସଂରକ୍ଷଣ କଲୋନୀ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ବାଇକ୍ ଆରୋହୀଙ୍କ ଘର ରାୟଗଡ଼ା ଜିଲା ମୁନିଗୁଡା ଅଞ୍ଚଳରେ।

Advertisment

ଆଜି ସକାଳେ ଯୁବକ ଜଣକ ବାଇକ ଯୋଗେ ଜୟପୁରରୁ କୋରାପୁଟ ମେଡିକାଲ ଆସୁଥିଲେ। ଏହି ସମୟରେ ବୀପରିତ ଦିଗରୁ ଆସୁଥିବା ବାଲି ବୋଝେଇ ଟିପର ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିଲା।

ପୁଲିସ ଦୁର୍ଘଟଣା ଘଟାଇଥିବା ବାଲି ବୋଝେଇ ଟିପରକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି। ଏହାସହ ଘଟଣାର ତଦନ୍ତ କରୁଛି।

Advertisment
Road Accident Koraput