Advertisment

କଣ୍ଟେନର ଓ ଟ୍ରକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର

ଆଜିଠୁ ସାରା ରାଜ୍ୟରେ ପାଳିତ ହେଉଛି ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ।

author-image
Tapaswini Nayak
ଅଦ୍ୟତନ ହୋଇଛି
Road accident

Road accident

ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ଏନଏଚ୍-୫୩ର ଚିନିମହୁଲ ଠାରେ ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି। କଣ୍ଟେନର ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ କଣ୍ଟେନର ଗାଡ଼ି ଚାଳକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଟ୍ରକ୍ ଡ୍ରାଇଭରଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Advertisment

ରାତି ପ୍ରାୟ ସାଢେ଼ ୩ଟା ସମୟରେ ଏନଏଚ୍-୫୩ର ଚିନିମହୁଲ ଠାରେ କଣ୍ଟେନର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। କଣ୍ଟେନର ଡ୍ରାଇଭର ଗାଡ଼ିର କ୍ୟାବିନ ଭିତରେ ଚାପି ହୋଇଯାଇଥିଲେ। ଜମନକିରା ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି କଟର ସାହାଯ୍ୟରେ କାଟି ତାଙ୍କୁ ବାହାର କରିଥିଲେ। ଆହତ ଟ୍ରକ୍‌ ଚାଳକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଦୁର୍ଘଟଣା ପରେ ଦୀର୍ଘ ପ୍ରାୟ ୫ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ ହୋଇଥିଲ। ପରେ ଯାତାୟତ ସ୍ୱାଭାବିକ ହୋଇଥିଲା। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟି ଜବତ କରି ଘଟଣାର ତଦନ୍ତ କରୁଛି।

Advertisment

ଅନ୍ୟପକ୍ଷରେ ଆଜିଠୁ ସାରା ରାଜ୍ୟରେ ପାଳିତ ହେଉଛି ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ।  କିନ୍ତୁ ସପ୍ତାହର ପ୍ରଥମ ଦିନରେ ତିନି ତିନିଟି ଦୁର୍ଘଟଣା ଘଟିଛି। କେନ୍ଦୁଝରରେ ତାରିଣୀ ଦର୍ଶନ ପାଇଁ ଯାଇଥିବା ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କୁଚିଣ୍ଡାରେ କଣ୍ଟେନର ଓ ଟ୍ରକ ମଧ୍ୟରେ ଧକ୍କା ହୋଇ ଜଣଙ୍କ ଜୀବନ ଯାଇଛି । ସେହିପରି ଭଦ୍ରକ ଜିଲ୍ଲା ଗେଲପୁର ଛକ ନିକଟରେ ଟ୍ରକକୁ ପଛପଟୁ କାର ଧକ୍କା ଦେବା ପରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ଜଣ ଗୁରୁତର ଆହତ ହୋଇଛନ୍ତି ।

Roadaccident Sambalpur