ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଜଣେ ପୋଲିଂ କର୍ମଚାରୀଙ୍କ ଉପରେ ମାଡ଼ିଗଲା ବସ୍। ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ତମୁଗୋଡ଼ା ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ପୋଲିଂ କର୍ମଚାରୀ ଜଣଙ୍କ ହେଉଛନ୍ତି ଖଇରପୁଟ ଏମ୍. ବନ୍ଧଗୁଡାର ଇନ୍ଦ୍ରଜିତ କିର୍ସାନୀ। ସେ ଜଣେ ଶିକ୍ଷକ ଥିଲେ।
ଗତକାଲି ଇନ୍ଦ୍ରଜିତ ନିର୍ବାଚନ ଡ୍ୟୁଟି ସାରି ବାଇକ୍ ଯୋଗେ ଘରକୁ ଫେରୁଥିଲେ। ତମୁଗୋଡ଼ା ନିକଟରେ ତାଙ୍କୁ ଏକ ବସ୍ ଧକ୍କା ଦେଇଥିଲା। ଇନ୍ଦ୍ରଜିତ ଛିଟିକି ତଳେ ପଡ଼ିଯାଇଥିଲେ। ତାଙ୍କ ଉପରେ ବସ୍ ମାଡ଼ିଯାଇଥିଲା। ଘଟଣାସ୍ଥଳରେ ଶିକ୍ଷକଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
Also Read
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମୋହାଲିରେ ଭୁଶୁଡ଼ିଲା ତିନିତାଲା କୋଠା, ୭ରୁ ୮ ଜଣ ଫସିଥିବା ସନ୍ଦେହ
ଭୁଶୁଡ଼ି ଯାଇଥିବା କୋଠାର ସମସ୍ତ ମହଲାରେ ଚାଲିଥିଲା ଜିମ। ଜାରି ରହିଛି ଉଦ୍ଧାର କାର୍ଯ୍ୟ।
Accident
ବାଇକ ଚାଳକଙ୍କୁ ଧକ୍କା ଦେଇ ୩୦କିମି ଯାଏଁ ଘୋଷାଡ଼ି ନେଲା ତହସିଲଦାରଙ୍କ ଗାଡ଼ି
ଉତ୍ତରପ୍ରଦେଶର ବହରାଇଚରେ ଏଭଳି ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଗାଡ଼ି ଭିତରେ ଥିବା ତହସିଲଦାର ନିଲମ୍ବିତ, ଡ୍ରାଇଭର ଗିରଫ।
National
ପଟାଟୋ-ପିଲିଂ ମେସିନରେ ଲାଗିଗଲା ଓଢ଼ଣୀ, ମହିଳା ମୃତ
ଉଜ୍ଜୟୀନସ୍ଥିତ ପ୍ରସିଦ୍ଧ ମହାକାଳେଶ୍ୱର ମନ୍ଦିରର ଅନ୍ନକ୍ଷେତ୍ର ଭୋଜନଶାଳାରେ ଅଘଟଣ। ଅଜାଣତରେ ଆଳୁ ଚୋପା ଛଡ଼ାଇବା ପାଇଁ ବ୍ୟବହୃତ ମେସିନରେ ଲାଗିଗଲା ଓଢ଼ଣୀ।