Advertisment

ନିର୍ବାଚନ ଡ୍ୟୁଟି ସାରି ଫେରୁଥିଲେ ପୋଲିଂ କର୍ମଚାରୀ, ମାଡ଼ିଗଲା ବସ୍‌

ଗତକାଲି ଇନ୍ଦ୍ରଜିତ ନିର୍ବାଚନ ଡ୍ୟୁଟି ସାରି ବାଇକ୍ ଯୋଗେ ଘରକୁ ଫେରୁଥିଲେ।

ଅଦ୍ୟତନ ହୋଇଛି
Teacher dead

Teacher dead

Advertisment

ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଜଣେ ପୋଲିଂ କର୍ମଚାରୀଙ୍କ ଉପରେ ମାଡ଼ିଗଲା ବସ୍‌। ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ତମୁଗୋଡ଼ା ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ପୋଲିଂ କର୍ମଚାରୀ ଜଣଙ୍କ ହେଉଛନ୍ତି ଖଇରପୁଟ ଏମ୍‌. ବନ୍ଧଗୁଡାର ଇନ୍ଦ୍ରଜିତ କିର୍ସାନୀ। ସେ ଜଣେ ଶିକ୍ଷକ ଥିଲେ। 

Advertisment

ଗତକାଲି ଇନ୍ଦ୍ରଜିତ ନିର୍ବାଚନ ଡ୍ୟୁଟି ସାରି ବାଇକ୍ ଯୋଗେ ଘରକୁ ଫେରୁଥିଲେ। ତମୁଗୋଡ଼ା ନିକଟରେ ତାଙ୍କୁ ଏକ ବସ୍‌ ଧକ୍କା ଦେଇଥିଲା। ଇନ୍ଦ୍ରଜିତ ଛିଟିକି ତଳେ ପଡ଼ିଯାଇଥିଲେ। ତାଙ୍କ ଉପରେ ବସ୍‌ ମାଡ଼ିଯାଇଥିଲା। ଘଟଣାସ୍ଥଳରେ ଶିକ୍ଷକଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Malkangiri Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe