Advertisment

ଟ୍ରଲରକୁ ଧକ୍କା ଦେଲା ଟ୍ରଲର, ଜଣେ ମୃତ

ଆଜି ସକାଳେ ଦୁଇଟି ଟ୍ରଲର କେନ୍ଦୁଝରରୁ ଯଶିପୁର ଅଭିମୁଖେ ଯାଉଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Accident

Accident

ଏକ ଟ୍ରଲରକୁ ପଛପଟୁ ଧକ୍କା ଦେଲା ଅନ୍ୟ ଏକ ଟ୍ରଲର। ଦୁର୍ଘଟଣାରେ ଜଣେ ଟ୍ରଲର ଡ୍ରାଇଭରର ମୃତ୍ୟୁ ଘଟିଥିବା ଜଣେ ଆହତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ଜଶିପୁର ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ଟଙ୍ଗାବିଲା ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଆହତ ଟ୍ରଲର ଡ୍ରାଇଭରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଆଜି ସକାଳେ ଦୁଇଟି ଟ୍ରଲର କେନ୍ଦୁଝରରୁ ଯଶିପୁର ଅଭିମୁଖେ ଯାଉଥିଲେ। ଏହି ସମୟରେ ଟଙ୍ଗାବିଲା ନିକଟରେ ଏକ ଟ୍ରଲର ଅନ୍ୟ ଟ୍ରଲରକୁ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣା ଜଣେ ଟ୍ରଲରର ଡ୍ରାଇଭରର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ।

ତାଙ୍କର ଦୁଇଟି ଗୋଡ଼ କଟି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଦୁଇଟି ଗାଡ଼ିକୁ ଜବତ କରି ଘଟଣା ତଦନ୍ତ କରୁଛି।

Advertisment
Roadaccident Mayurbhanj