Advertisment

ଗୋରୁ ବେପାରୀଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି

କରଞ୍ଜିଆ ଥାନା ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Road accident

Road accident

ଗୋରୁ ବେପାରୀ ଉପରେ ମାଡ଼ିଗଲା ଅଜଣାଗାଡ଼ି। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ୫୩ ନମ୍ବର ରାଜ୍ୟ ରାଜପଥର ମଣ୍ଡୁଆ ନିକଟରେ। ଦୁର୍ଘଟଣାରେ  ଗୋଟିଏ ଗୋରୁର ମଧ୍ୟ ମୃତ୍ୟୁ ଘଟିଛି।

Advertisment

ଆଜି ଭୋର ସମୟରେ କିଛି ଗୋରୁ ବେପାରୀ ବେଆଇନ ଭାବେ ୫୩ନମ୍ବର ରାଜ୍ୟ ରାଜପଥ ନିକଟରେ ଗୋରୁ ଚାଲାଣ କରୁଥିଲେ। ଏହି ସମୟରେ ମଣ୍ଡୁଆ ନିକଟରେ ଏକ ଅଜଣା ଗାଡ଼ି ଜଣେ ଗୋରୁ ବେପାରୀଙ୍କ ଉପରେ ମାଡ଼ି ଯାଇଥିଲା। ଏହା ସହ ଗାଡ଼ି ଧକ୍କାରେ ଗୋଟିଏ ଗୋରୁର ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ଅନ୍ୟ ଗୋରୁ ବେପାରୀଙ୍କର କିଛି ହୋଇନଥିଲା।

 କରଞ୍ଜିଆ ଥାନା ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Advertisment
Roadaccident Mayurbhanj