/odisha-reporter/media/post_attachments/uploadimage/library/16_9/16_9_0/IMAGE_1706667371.jpg)
Road Accident
ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଡିହଗାଁ ଛକ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ମଦ ବୋଝେଇ ଟ୍ରକ୍ ଧକ୍କାରେ ଜଣେ କବାଡିଆ ବେପାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Advertisment
ଆଜି ସକାଳେ ଦୁଇ ଜଣ ସାଙ୍ଗ ବାଇକରେ ବେପାର କରିବା ପାଇଁ ଆସୁଥିଲେ। ଏହି ସମୟରେ ଡିହଗାଁ ଛକ ନିକଟରେ ଉଭୟଙ୍କୁ ମଦ
ବୋଝେଇ ଟ୍ରକ୍ ଧକ୍କା ଦେଇଥିଲା।ପରେ ଟ୍ରକଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲା।
ସ୍ଥାନୀୟଲୋକେ ହେଲପରକୁ ଧରି ପୁଲିସ ଜିମାରେ ଦେଇଛନ୍ତି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି। ପୁଲିସ ଘଟଣାର ତଦନ୍ତ କରୁଛି। ଦୁର୍ଘଟଣାରେ ବାଇକ୍ଟି ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
