Advertisment

ନାତି ବାଇକରୁ ଖସି ପଡ଼ିଲେ ଜେଜେ; ଚାଲିଗଲା ଜୀବନ

ଆଜି ସକାଳେ ସୁଦର୍ଶନ ନାତି ସହ ବାଇକରେ ଗଣିଆ ଯାଉଥିଲେ।

DeadBody

DeadBody

Advertisment

ନାତି ସହ ଯିବା ବେଳେ ବାଇକରୁ ଖସିପଡ଼ି ଚାଲିଗଲା ବୃଦ୍ଧଙ୍କ ଜୀବନ। ଦୁର୍ଘଟଣାରେ ନାତି ମଧ୍ୟ ଆହତ ହୋଇଛନ୍ତି। ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ପାଣ୍ଡରାସିଂଗା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ବୃଦ୍ଧ ଜଣଙ୍କ ହେଲେ ସୁଦର୍ଶନ ବରାଳ। ନାତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଆଜି ସକାଳେ ସୁଦର୍ଶନ ନାତି ସହ ବାଇକରେ ଗଣିଆ ଯାଉଥିଲେ। ବାଟରେ ହମ୍ପସରେ ଭାରସାମ୍ୟ ହରାଇ ବାଇକରୁ ଖସି ପଡ଼ିଥିଲେ ସୁଦର୍ଶନ। ପରେ ନାତି ମଧ୍ୟ ବାଇକରୁ ଭାରସାମ୍ୟ ହରାଇ ତଳେ ପଡ଼ି ଯାଇଥିଲେ।

ଘଟଣାସ୍ଥଳରେ ସୁଦର୍ଶନଙ୍କର ମୃତ୍ୟୁ ଘଟିଥିଲାବେଳେ ତାଙ୍କ ନାତି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୁଲିସ ବାଇକ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Roadaccident Nayagarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe