Advertisment

ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍, ଡ୍ରାଇଭର ଜୀବନ୍ତ ଦଗ୍ଧ

ନିଆଁ ଲାଗିବା ସମୟରେ ଗାଡ଼ିରେ ଡ୍ରାଇଭର ଓ ଗାଡ଼ି ମାଲିକ ଥିଲେ।

ଅଦ୍ୟତନ ହୋଇଛି
Accident

Accident

Advertisment

ନୂଆପଡା ଜିଲ୍ଲା ସିନାପାଲି ଯୋଗେନପଦର ବ୍ରିଜ ନିକଟରେ ଗତ ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଦୁଇଟି ମାଲ ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଗୋଟିଏ ଟ୍ରକରେ ନିଆଁ ଲାଗିଯାଇଥିଲା।

Advertisment

ନିଆଁ ଲାଗିବା ସମୟରେ ଟ୍ରକରେ ଡ୍ରାଇଭର ଓ ଗାଡ଼ି ମାଲିକ ଥିଲେ। ହେଲେ ଗାଡ଼ି ମାଲିକ ଡେଇଁ ନିଜ ଜୀବନ ବଞ୍ଚାଇଥିବା ବେଳେ ଡ୍ରାଇଭର ଗାଡ଼ି ଭିତରରୁ ବାହାରି ପାରିନଥିଲେ। ଗାଡ଼ି ଭିତରେ ଡ୍ରାଇଭର ଜଣଙ୍କ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ମୃତ ଡ୍ରାଇଭରଙ୍କ ପରିଚୟ ମିଳିପାରି ନାହିଁ।

ତେବେ ଟ୍ରକଟି ରାଜସ୍ଥାନର ବୋଲି ଜଣାପଡିଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପୁଲିସ ୨ଟ୍ରକକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Nuapada Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe