ରାଉରକେଲା ସହର ଜଳଦା ଥାନା ଅନ୍ତର୍ଗତ ସିଉଡ଼ି ଅଞ୍ଚଳର ବଜରଙ୍ଗ ଛକ ନିକଟରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍ ଓ ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା ହେବାଫଳରେ ବାଇକ୍ ଆରୋହୀର ମୃତ୍ୟୁ ଘଟିଛି। ମୃତ ବାଇକ୍ ଆରୋହୀ ଜଣଙ୍କ ହେଲେ ବିଜୟ ଲାକ୍ରା।
ଆଜି ସକାଳେ ମୟୁରୀ ନାମକ ଯାତ୍ରୀବାହୀ ବସ୍ଟି ଯାତ୍ରୀମାନଙ୍କୁ ନେଇ ରାଉରକେଲାରୁ ବଡ଼ବିଲ ଅଭିମୁଖେ ଯାଉଥିଲା। ବଜରଙ୍ଗ ଛକ ନିକଟରେ ବସ୍ ସହ ବାଇକର ମୁହାଁମୁହିଁ ଧକ୍କା ହେଇଥିଲା। ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିଲା।
Also Read
ଦୁର୍ଘଟଣାଟି ଏତେ ମର୍ମନ୍ତୁଦ ଥିଲା ଯେ ବାଇକଟି ବସ୍ ଚକା ତଳେ ପଶି ଯାଇଥିଲା। ହେଲେ ଦୁର୍ଘଟଣାରେ ବସ୍ ଯାତ୍ରୀଙ୍କର କିଛି ହୋଇ ନଥିଲା। ପୁଲିସ ଦୁର୍ଘଟଣା ଗସ୍ତ ବାଇକ୍କୁ ଜବତ କରି ଘଟଣାର ତଦନ୍ତ କରୁଛି। କୁହୁଡି ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
କାରକୁ ପିଟିଲା ହାଇୱା, ୨ ବିଜେପି କର୍ମୀଙ୍କ ମୃତ୍ୟୁ
ଦେବେନ୍ଦ୍ର ଓ ମୁରଲୀଧର କୌଣସି କାମରେ ଭୁବନେଶ୍ୱର ଯାଇଥିଲେ। ସେମାନେ ଟ୍ରେନ୍ ଯୋଗେ ସମ୍ବଲପୁର ଫେରିଥିଲେ। ସେଠାରୁ ଗାଁକୁ ଫେରିବା ପାଇଁ ସେମାନେ କାର ମଗାଇଥିଲେ।
Accident
ଧାନ ଅମଳ ମେସିନ୍ ଓଲଟି ପଡ଼ିଲା, ଦୁଇ ଭଉଣୀଙ୍କ ମୃତ୍ୟୁ
ଟ୍ରାକ୍ଟରରେ ଧାନ ଅମଳ ମେସିନ୍ ଲୋଡ୍ କରି ଏକ ଟ୍ରାକ୍ଟର ଯୋଡ଼ାବର ଅଞ୍ଚଳକୁ ଯାଇଥିଲା। ସେହି ଟ୍ରାକ୍ଟରରେ ବସିଥିଲେ ମାଝୀସାହିର ରାଜୁ ହାଂସଦାଙ୍କ ଝିଅ ଦୁଲାରୀ ହାଁସଦା ଓ ରାଣୀ ହାଁସଦା। ଟ୍ରାକ୍ଟରଟି ନାଳରେ ଓଲଟି ପଡ଼ିଥିଲା।
Accident
ଗ୍ୟାସ ସିଲିଣ୍ଡରରୁ ଲାଗିଲା ନିଆଁ; ଜଳିଗଲେ ପତ୍ନୀ, ସରପଞ୍ଚ ଗୁରୁତର
ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଜଳିଗଲେ ସରପଞ୍ଚଙ୍କ ପତ୍ନୀ । ସରପଞ୍ଚ ବି ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିବା ବେଳେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
Accident
ବୃଦ୍ଧଙ୍କୁ ଗୋଡ଼ାଇ ଗୋଡ଼ାଇ କଚାଡ଼ିଲା ଦନ୍ତା; ମୃତଦେହ ଛାଡ଼ୁ ନାହାନ୍ତି ଗ୍ରାମବାସୀ
ରାତି ଅଧରେ ଜଙ୍ଗଲ ମଝିରେ ଦନ୍ତା ହାବୁଡ଼ରେ ପଡ଼ିଗଲେ ବୃଦ୍ଧ। ଦନ୍ତା ଗୋଡ଼ାଇ ଗୋଡ଼ାଇ କଚାଡ଼ି ଜୀବନ ନେଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି ସହ ଉକ୍ତ ଦନ୍ତାକୁ ଟ୍ରାଙ୍କୁଲାଇଜ୍ କରି ଅନ୍ୟତ୍ର ଛାଡ଼ିବାକୁ ଦାବି କରି ସ୍ଥାନୀୟ ଲୋକେ ରାତି ସାରା ମୃତଦେହକୁ ଜଗି ବସିଛନ୍ତି।
Accident
ଅଟୋ-ବାଇକ୍ ପିଟାପିଟି; ଜଣେ ମୃତ, ୫ ମେଡ଼ିକାଲ୍ରେ
ତେନ୍ତୁଳିଖୁଣ୍ଟି ଥାନା କଣ୍ଟାଗାଁ ଗାଁର ଅଭିମନ୍ୟୁ ମାଝୀଙ୍କ ପରିବାର ଲୋକ ଏକ ଅଟୋରେ ନବରଙ୍ଗପୁର କୋର୍ଟକୁ ଯାଇଥିଲେ। କୋର୍ଟରେ କାମ ସାରିବା ପରେ ସେହି ଅଟୋରେ ସେମାନେ ନିଜ ଗାଁକୁ ଫେରୁଥିଲେ।