Advertisment

ବାଇକ୍ ଓ ବସ୍‌ ମୁହାଁମୁହିଁ ଧକ୍କା

କୁହୁଡି ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।

Road accident

Road accident

Advertisment

ରାଉରକେଲା ସହର ଜଳଦା ଥାନା ଅନ୍ତର୍ଗତ ସିଉଡ଼ି ଅଞ୍ଚଳର ବଜରଙ୍ଗ ଛକ ନିକଟରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍‌ ଓ ଯାତ୍ରୀବାହୀ ବସ୍‌ ମୁହାଁମୁହିଁ ଧକ୍କା ହେବାଫଳରେ ବାଇକ୍ ଆରୋହୀର ମୃତ୍ୟୁ ଘଟିଛି। ମୃତ ବାଇକ୍ ଆରୋହୀ ଜଣଙ୍କ ହେଲେ ବିଜୟ ଲାକ୍ରା।

Advertisment

ଆଜି ସକାଳେ ମୟୁରୀ ନାମକ ଯାତ୍ରୀବାହୀ ବସ୍‌ଟି ଯାତ୍ରୀମାନଙ୍କୁ ନେଇ ରାଉରକେଲାରୁ ବଡ଼ବିଲ ଅଭିମୁଖେ ଯାଉଥିଲା। ବଜରଙ୍ଗ ଛକ ନିକଟରେ ବସ୍ ସହ ବାଇକର ମୁହାଁମୁହିଁ ଧକ୍କା ହେଇଥିଲା। ଘଟଣାସ୍ଥଳରେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଥିଲା।

ଦୁର୍ଘଟଣାଟି ଏତେ ମର୍ମନ୍ତୁଦ ଥିଲା ଯେ ବାଇକଟି ବସ୍‌ ଚକା ତଳେ ପଶି ଯାଇଥିଲା। ହେଲେ ଦୁର୍ଘଟଣାରେ ବସ୍‌ ଯାତ୍ରୀଙ୍କର କିଛି ହୋଇ ନଥିଲା। ପୁଲିସ ଦୁର୍ଘଟଣା ଗସ୍ତ ବାଇକ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି। କୁହୁଡି ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।

Advertisment
Roadaccident Sudargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe