Advertisment

ଏମିତି ଆସେ ମୃତ୍ୟୁ; ଦାନ୍ତ ଘଷୁଥିବା ସମୟରେ ମାଡ଼ିଗଲା ଗାଡ଼ି

ଦୁର୍ଘଟଣା ପରେ ଗାଡ଼ିରେ ଥିବା ୨ଜଣ ବ୍ୟକ୍ତି ଫେରାର ହୋଇଯାଇଥିଲେ।

ଅଦ୍ୟତନ ହୋଇଛି
Road accident

Road accident

Advertisment

ଏମିତି ଆସେ ମୃତ୍ୟୁ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲାରେ। ନାଳରେ ନିକଟରେ ଦାନ୍ତ ଘଷୁଥିବା ବେଳେ ମାଡ଼ିଗଲା ବୋଲେରୋ। ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ନୂଆଗାଁ ସ୍ଥିତ କାରୋ ନାଳ ନିକଟରେ ଏହି  ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ବାସୁଦେବ ନାୟକ (୫୦) ବର୍ଷ।

Advertisment

ଆଜି ସକାଳେ ବାସୁଦେବ ନାଳ ନିକଟରେ ବସି ଦାନ୍ତ ଘଷୁଥିଲେ। ଏହି ସମୟରେ ଦୁଇ ଜଣ ବ୍ୟକ୍ତି ବୋଲେରୋ ଧୋଇବାକୁ ନାଳକୁ ଯାଇଥିଲେ। ବୋଲେରୋ ଧୋଇ ସାରି ଗାଡ଼ିକୁ ବ୍ୟାକ୍ କରୁଥିବା ସମୟରେ ବାସୁଦେବଙ୍କ ଉପରେ ଗାଡ଼ି ମାଡିଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଗାଡ଼ିରେ ଥିବା ୨ଜଣ ବ୍ୟକ୍ତି ଫେରାର ହୋଇଯାଇଥିଲେ।

ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ମୃତଦେହ ରଖି ଧାରଣାରେ ବସିବା ସହ କ୍ଷତିପୂରଣ ପାଇଁ ଦାବି କରିଥିଲେ। ଗାଡ଼ି ମାଲିକ ପହଞ୍ଚି କ୍ଷତି ପୂରଣ ନ ଦେବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି  ଦାବି କରିଛନ୍ତି। ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ କରୁଛି।

Advertisment
Roadaccident Sudargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe