/odisha-reporter/media/post_attachments/uploadimage/library/16_9/16_9_0/IMAGE_1715328016.jpg)
Tension situation
ସାଇକେଲ ଆରୋହୀଙ୍କ ଉପରେ ମାଡ଼ିଗଲା ହାଇୱା। ବଲାଙ୍ଗିର-ଟିଟିଲାଗଡ଼ ରାଜରାସ୍ତା -୨୬ର ଦେଓଗାଁଠାରେ ଏହି ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ସାଗରପାଲି ଗାଁର ମହେଶ୍ୱର ରଣା।
Advertisment
ମହେଶ୍ୱର ନିଜ ଘରକୁ ସାଇକେଲରେ ଯାଉଥିଲେ। ଏହି ସମୟରେ ବଲାଙ୍ଗିର-ଟିଟିଲାଗଡ଼ ରାଜରାସ୍ତା -୨୬ର ଦେଓଗାଁଠାରେ ମହେଶ୍ୱରଙ୍କୁ ଏକ ହାଇୱା ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।
ସ୍ଥାନୀୟ ଲୋକେ କ୍ଷତି ପୂରଣ ଦାବିରେ ରାସ୍ତାରୋକ କରିଛନ୍ତି। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି ଓ ଘଟଣାର ତଦନ୍ତ କରୁଛି।ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଗାଡ଼ି ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
