Advertisment

ଅଳଙ୍କାର ଦୋକାନ ଉପରେ ମାଡ଼ିଗଲା ଟ୍ରକ୍‌; ସିକ୍ୟୁରିଟି ଗାର୍ଡ ମୃତ

ଗତକାଲି ବିଳମ୍ବିତ ରାତିରେ ସିଦ୍ଧାର୍ଥ ଅଳଙ୍କାର ଦୋକାନ ସମ୍ମୁଖରେ ଡ୍ୟୁଟି କରୁଥିଲେ।

ଅଦ୍ୟତନ ହୋଇଛି
Death person

Death person

Advertisment

ଅଳଙ୍କାର ଦୋକାନ ଉପରେ ମାଡ଼ିଗଲା ଟ୍ରକ। ଦୁର୍ଘଟଣାରେ ଜଣେ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ ଘଟିଛି। ବଲାଙ୍ଗିର ଟାଉନ ଥାନା ପାଟଣା ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ମୃତ ସିକ୍ୟୁରିଟି ଗାର୍ଡ ଜଣଙ୍କ ହେଲେ ସିଦ୍ଧାର୍ଥ ପ୍ରଧାନ।

Advertisment

ଗତକାଲି ବିଳମ୍ବିତ ରାତିରେ ସିଦ୍ଧାର୍ଥ ଅଳଙ୍କାର ଦୋକାନ ସମ୍ମୁଖରେ ଡ୍ୟୁଟି କରୁଥିଲେ। ଏହି ସମୟରେ ଏକ ଟ୍ରକ୍ ଆସି ସିଦ୍ଧାର୍ଥଙ୍କ ଉପରେ ମାଡ଼ି ଯାଇଥିଲା। ପରେ ଦୋକାନ ଉପରେ ଚଢ଼ିଯାଇଥିଲା। ସେଠାରେ ଥିବା ସ୍ଥାନୀୟ ଲୋକେ ସିଦ୍ଧାର୍ଥଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆଣି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁଲିସ ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି।  ଟ୍ରକ୍ ଡ୍ରାଇଭର ଜଣଙ୍କ ନିଶାସକ୍ତ ଅବସ୍ଥାରେ ଏହି ଦୁର୍ଘଟଣା ଘଟାଇଥିବା କୁହାଯାଉଛି।   

Advertisment
Accident Bolangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe