/odisha-reporter/media/post_attachments/uploadimage/library/16_9/16_9_0/IMAGE_1713496851.jpg)
Road Accident
ସାଇକେଲ ଆରୋହୀଙ୍କ ଉପରେ ମାଡ଼ିଗଲା କୋଇଲା ବୋଝେଇ ଟ୍ରକ୍। ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ କାଠ ସଂଗଡା ଗାଁର।
Advertisment
ଆଜି ସକାଳେ ସାଇକେଲ ଆରୋହୀ ଜଣଙ୍କ ବାଲେଶ୍ୱର ଅଭିମୁଖେ ଯାଉଥିଲେ। ଏହି ସମୟରେ ବୀପରିତ ଦିଗରୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ୍ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସାଇକେଲ ଆରୋହୀଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଗାଡ଼ି ନେଇ ଚମ୍ପଟ ମାରିଥିଲା। ସ୍ଥାନୀୟ ଲୋକେ ଗାଡ଼ିକୁ ପିଛା କରି ପୁଲିସ ଜିମାରେ ଦେଇଥିଲେ। ପୁଲିସ ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି।
ପରିବାର ଲୋକେ ଓ ଗ୍ରାମବାସୀ ମୃତଦେହକୁ ରାସ୍ତା ଉପରେ ରଖି କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ୧୬ ଅବରୋଧ କରିଛନ୍ତି। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
