Advertisment

ବାଇକ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର

ଦୁର୍ଘଟଣାପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

author-image
Tapaswini Nayak
Accident

Accident

ବାଇକ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର। ବାଲେଶ୍ୱର ଜିଲ୍ଲା ନୀଳଗିରି ଉଦଳା ରାଜ୍ୟ ରାଜପଥ ଭାଲୁକାଶୁଣି ନିକଟରେ ଏହି ଦୁର୍ଘଟଣା ଘଟିଛି।  

Advertisment

ବାଇକ ଆରୋହୀ ଜଣଙ୍କ ଉଦଳା ରାଜ୍ୟ ରାଜପଥ ଦେଇ ଯାଉଥିଲେ। ଏହି ସମୟରେ ବୀପରିତ ଦିଗରୁ ଆସୁଥିବା ଟ୍ୟାଙ୍କର ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା। ପରେ ଟ୍ୟାଙ୍କରଟି ଘଟଣାସ୍ଥଳରୁ ଖସି ପଳାଇ ଯିବାକୁ ଉଦ୍ୟମ କରିଥିଲା। ଟ୍ୟାଙ୍କରକୁ ଅଞ୍ଚଳବାସୀ ପିଛାକରି ସେରଗଡ଼ ନିକଟରେ ଧରିଥିଲେ। ପରେ ପୁଲିସ ଜିମାରେ ଦେଇଥିଲେ। 

ଦୁର୍ଘଟଣାପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତ ବାଇକ୍ ଆରୋହୀଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ ରାସ୍ତାରୋକ କରିଛନ୍ତି। ଫଳରେ ଉଭୟ ପାର୍ଶ୍ୱରେ ଗାଡ଼ିମଟର ଅଟକି ରହିଛି। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି। 

Advertisment
Balasore Road Accident