Advertisment

ଘର ଭିତରକୁ ମାଡ଼ିଗଲା କାର୍‌; ତା’ପରେ...

ଦୁର୍ଘଟଣାଗ୍ରସ୍ତ କାରରେ ଗଞ୍ଜେଇ ଚାଲାଣ ହେଉଥିବା ସନ୍ଦେହ କରାଯାଉଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Accident

Accident

ଭାରସାମ୍ୟ ହରାଇ ଘର ଭିତରକୁ ମାଡ଼ିଗଲା କାର୍। ଅଳ୍ପକେ ବର୍ତ୍ତିଗଲେ ଘରେ ଥିବା ୭ ଜଣ ସଦ୍ୟସ। ସୋନପୁର-ବିନିକା ମୁଖ୍ୟରାସ୍ତା ସଂସାମୁରା ଛକରେ ଏହି ଦୁର୍ଘଟଣା ଘଟିଛି।

Advertisment

ଆଜି ସକାଳେ ସୋନପୁର ଆଡ଼ୁ ଦ୍ରୁତ ଗତିରେ ଏକ କାର୍‌ ଆସି ରାସ୍ତାକଡ଼ରେ ଥିବା ସଂସାମୁରା ଗାଁର ଦୁର୍ଯ୍ୟୋଧନ ସାଥୁଆଙ୍କ ମାଟି ଘର ଭିତରକୁ ପଶିଯାଇଥିଲା। କାର୍‌ ଧକ୍କାରେ ମାଟି ଘରଟି ଭାଙ୍ଗି ଚୁରମାର ହୋଇଯାଇଥିଲା। ତେବେ ଘରେ ଥିବା ୭ ଜଣ ସଦସ୍ୟଙ୍କର କିଛି ହୋଇନାହିଁ। ଦୁର୍ଘଟଣା ପରେ କାର୍‌ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ମାରିଛି।

ଦୁର୍ଘଟଣାଗ୍ରସ୍ତ କାରରେ ଗଞ୍ଜେଇ ଚାଲାଣ ହେଉଥିବା ସନ୍ଦେହ କରାଯାଉଛି। ବିନିକା ପୁଲିସ ଗାଡ଼ିକୁ ଜବତ କରିଛ ତଦନ୍ତ କରୁଛି।

Advertisment

Binika Road Accident Sonepur