Advertisment

ମହାନଦୀରୁ ଗାଧୋଇ ଘରକୁ ଫେରୁଥିଲେ; ମାଡ଼ିଗଲା ଟ୍ରକ୍

ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Accident

Accident

ମହାନଦୀରୁ ଗାଧୋଇ ଘରକୁ ଫେରୁଥିଲେ। ବାଟରେ ଜଣେ ବ୍ୟକ୍ତିଙ୍କ ଉପରେ ମାଡ଼ି ଗଲା ଟ୍ରକ୍। କଟକ ଜିଲ୍ଲା ଡମପଡ଼ା ବ୍ଲକ ଦୂର୍ଗାପୁର ଗ୍ରାମ ପଞ୍ଚାୟତର ବାଙ୍କୀଗଡ ଗାଁ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ବାଙ୍କୀଗଡ଼ ଗାଁର କେଶବ ବେହେରା।

Advertisment

ଆଜି ସକାଳେ କେଶବ ମହାନଦୀରୁ ଗାଧୋଇ ନିଜ ଘରକୁ ଚାଲି ଚାଲି ଆସୁଥିଲେ। ଏହି ସମୟରେ ବାଙ୍କୀ ପଟୁ ଭେଡ଼ା ରାମଚନ୍ଦ୍ରପୁରକୁ ଯାଉଥିବା ଇଟା ବୋଝେଇ ଟ୍ରକ୍ ତାଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ରକ୍ତାକ୍ତ ଅବସ୍ଥାରେ କେଶବଙ୍କୁ ଉଦ୍ଧାର କରି ବାଙ୍କୀ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ। ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା। ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି।    

Advertisment
Accident Cuttack