Advertisment

କାର୍‌ରେ ଘରକୁ ଫେରୁଥିଲେ; ତା’ ପୂର୍ବରୁ...

ଆଜି ସକାଳେ ଗାଁ ନିକଟ ରାସ୍ତାକଡ଼ ଥିବା କେନାଲରେ ଏକ କାର ବୁଡ଼ି ରହିଥିବା ସ୍ଥାନୀୟ ଲୋକ ଦେଖିଥିଲେ।

ଅଦ୍ୟତନ ହୋଇଛି
Accident

Accident

Advertisment

ଭାରସାମ୍ୟ ହରାଇ କେନାଲକୁ ଖସି ପଡ଼ିଲା କାର୍। ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ଘଟିଛି। କଟକ ସଦର ଥାନା ଅନ୍ତର୍ଗତ ବମ୍ଫକୁଦ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ ବମ୍ଫୁକୁଦ ଗାଁର କାହ୍ନା ଜେନା।

Advertisment

ଆଜି ସକାଳେ ବମ୍ଫୁକୁଦ ଗାଁ ନିକଟ ରାସ୍ତାକଡ଼ ଥିବା କେନାଲରେ ଏକ କାର ବୁଡ଼ି ରହିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ପାଣିରୁ କାରକୁ ଉଠାଇ ଉପରକୁ ଆଣିଥିଲେ। ପରେ କାରରୁ କାହ୍ନାଙ୍କ ମୃତଦେହ ଉଦ୍ଧାର କରାଯାଇଛି।

କାହ୍ନା ବିଳମ୍ବିତ ରାତିରେ କାର୍ ଚଳାଇ ଘରକୁ ଫେରୁଥିଲେ। ଏହି ସମୟରେ କାର୍‌ଟି ଭାରସାମ୍ୟ ହରାଇ କେନାଲ ଭିତରକୁ ଖସି ପଡ଼ିଥିବା ଅନୁମାନ କରାଯାଉଛି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Advertisment
Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe