ବାବା ଚନ୍ଦ୍ରଶେଖରଙ୍କୁ ଦର୍ଶନ କରିବା ପାଇଁ ଖୁସିରେ ବାହାରିଥିଲେ ଯୁବକ। ମନ୍ଦିର କିଛି ବାଟ ଥିଲା ବେଳେ ଯୁବକଙ୍କ ଉପରେ ମାଡ଼ିଗଲା ହାଇୱା। ଢେଙ୍କାନାଳ ମୁଖ୍ୟ ରାସ୍ତାର ମହୁଲି ଗାଁ ପଞ୍ଚଶଖା ରାଇସ ମିଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ଆଲୁଅଝରଣ ଗାଁର ଶାମ୍ବ କୁମାର ସାହୁ।
ଆଜି ସକାଳେ ଶାମ୍ବ କପିଳାସ ସ୍ଥିତ ବାବା ଚନ୍ଦ୍ରଶେଖରଙ୍କ ଦର୍ଶନ କରିବାକୁ ଯାଉଥିଲେ। ଏହି ସମୟରେ ମହୁଲି ନିକଟରେ ତାଙ୍କୁ ଏକ ବାଲି ବୋଝେଇ ହାଇୱା ଧକ୍କା ଦେବା ସହିତ କିଛି ବାଟ ଘୋଷାଡି ନେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
Also Read
ଦୁର୍ଘଟଣା ପରେ ହାଇୱା ଚାଳକ ଗାଡ଼ି ଛାଡ଼ି ଚମ୍ପଟ ମାରିଥିଲା। ଉତ୍ତ୍ୟକ୍ତ ଲୋକମାନେ ମୃତକ ପରିବାର ଲୋକଙ୍କୁ କ୍ଷତି ପୂରଣ ଦାବିରେ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପାଞ୍ଚଟି ଝିଅରେ ଗୋଟିଏ ପୁଅ ଥିଲେ ଶାମ୍ବ। ତେବେ ଶାମ୍ବଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ରୋଲରକୁ ପିଟିଲା ବସ୍, ୧୫ ଆହତ
ଆଜି ସକାଳେ ବସ୍ଟି ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଆନନ୍ଦପୁରରୁ ଭଦ୍ରକ ଅଭିମୁଖେ ଆସୁଥିଲା
Accident
ବାଇକ୍ରେ ଯାଉଥିଲେ; ୪ ଯୁବକଙ୍କ ଉପରେ ମାଡ଼ିଗଲା ମାଲବାହୀ ଟ୍ରକ୍
ଆଜି ସକାଳେ ବୈପାରୀଗୁଡ଼ା ବ୍ଲକ ବିଚଲକଟା ଗ୍ରାମର ୪ଜଣ ଯୁବକ ବାଇକ୍ ଯୋଗେ କୌଣସି କାମରେ ଯାଉଥିଲେ।
Accident
ହାତୀ ଘଉଡାଇବାକୁ ଯାଇଥିଲେ; କଚାଡି ମାରିଦେଲା
ଗତ ୧୮ ତାରିଖରେ ହାତୀବାରି ଅଞ୍ଚଳରେ ଧାନ କ୍ଷେତ ଜଗିଥିବା ବେଳେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଥିଲା।
Accident
ମଝି ସମୁଦ୍ରରେ ଟଳି ପଡ଼ିଲେ ବନ କର୍ମଚାରୀ, ପାଟ୍ରୋଲିଂ ପାଇଁ ଯାଇଥିଲେ
ମଝି ସମୁଦ୍ରକୁ ପାଟ୍ରୋଲିଂ ପାଇଁ ଯାଇଥିଲେ। ସେଠାରେ ଅନ୍ୟମାନଙ୍କ ସହ ମିଶି ବେଆଇନ ଭାବେ ମାଛ ମାରୁଥିବା ଏକ ଟ୍ରଲରକୁ ଧରିଥିଲେ। ମାତ୍ର ଏହାପରେ ଛାତିରେ ଯନ୍ତ୍ରଣା ହେଲା ଓ ଟଳିପଡିଲେ ବନକର୍ମଚାରୀ ।