Advertisment

ମହିଳା ଫଳ ବ୍ୟବସାୟୀଙ୍କ ଉପରେ ମାଡ଼ିଗଲା କାର୍‌

ଦୁର୍ଘଟଣାପରେ କାର୍ ଚାଳକ ଘଟଣାସ୍ଥଳରୁ ଫେରାର ଼ହୋଇଯାଇଥିଲେ।

ଅଦ୍ୟତନ ହୋଇଛି
Accident

Accident

Advertisment

ମହିଳା ଫଳ ବ୍ୟବସାୟୀଙ୍କ ଉପରେ ମାଡ଼ିଗଲା କାର୍‌।  ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ବିଜିପୁର ଛକ ନିକଟରେ ଥିବା ସନ୍ତୋଷୀ ମା' ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି।  ମୃତ ମହିଳା ଜଣଙ୍କ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ ପାଲୁର ଗାଁର ସବିତା ନାୟକ( ୫୨)।

Advertisment

ସବିତା ପ୍ରତିଦିନ ସନ୍ତୋଷୀ ମା'ଙ୍କ ମନ୍ଦିର ନିକଟରେ ଭୋଗସାମଗ୍ରୀ ସହ ଫଳ ବିକ୍ରି କରିଥାନ୍ତି।  ଆଜି ଅପରାହ୍ନ ୧୨ ଟା ସମୟରେ ଏକ କାର୍‌ ଦ୍ରୁତଗତିରେ ଆସି ଫଳ ଦୋକନ ଉପରେ ମାଡ଼ିଯାଇଥିଲା। ଏଥିସହ ସବିତାଙ୍କୁ ମଧ୍ୟ ଧକ୍କା ଦେଇଥିଲା।  ଘଟଣାସ୍ଥଳରେ ସବିତାଙ୍କର ମୃତ୍ୟୁ ଘଟିଥିଲା। 

ଦୁର୍ଘଟଣାପରେ କାର୍ ଚାଳକ ଘଟଣାସ୍ଥଳରୁ ଫେରାର ଼ହୋଇଯାଇଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ‍ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଏଥିସହ ଗାଡ଼ିକୁ ଜବତ କରିଛି। 

Advertisment
Ganjam Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe