Advertisment

ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା; ଡ୍ରାଇଭର ମୃତ

ଦୁର୍ଘଟଣା ପରେ ବ୍ରିଜ ଉପରେ ଗାଡ଼ିଚଳାଚଳ ବନ୍ଦ ରହିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Accident

Accident

ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ସାହାପୁର ବ୍ରିଜରେ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ଟ୍ରକ୍ ମୁହାଁମୁହିଁଁ ଧକ୍କା ହେବା ଫଳରେ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।     

Advertisment

ଆଜି ସକାଳେ ଏକ ଟ୍ରକ୍ କଟକରୁ ଭଦ୍ରକ ଅଭିମୁଖେ ଯାଉଥିଲା। ସେହି ସମୟରେ ଅନ୍ୟ ଟ୍ରକଟି ମାର୍ବଲ ବୋଝେଇ କରି ବାଲେଶ୍ଵରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା।ସାହାପୁର ବ୍ରିଜ ନିକଟରେ ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା।

ଦୁର୍ଘଟଣାରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ। ଆହତଙ୍କୁ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ବ୍ରିଜ ଉପରେ ଗାଡ଼ିଚଳାଚଳ ବନ୍ଦ ରହିଛି। ପାଣିକୋଇଲି ପୁଲିସ ଘଟଣାର ତଦନ୍ତ କରୁଛି।  

Advertisment
Jajpur Road Accident