/odisha-reporter/media/post_attachments/uploadimage/library/16_9/16_9_0/Accident_1730358278.jpg)
Accident
ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍। ଦୁର୍ଘଟଣାରେ ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଥିବା ବେଳେ ଗାଡ଼ି ଚାଳକ ଗୁରୁତର ଆହତ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲା ଏମ୍.ରାମପୁର ଥାନା ଅନ୍ତର୍ଗତ ଗୋବରବାହାଲି ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ଯୁବତୀ ଜଣଙ୍କ ହେଲେ ଜଗନ୍ନାଥ ମନ୍ଦିର ପଡ଼ାର ମାମୁନି ମାଝୀ। ଗାଡ଼ି ଚାଳକ ସୁବ୍ରତ ଘିଭେଲାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Advertisment
ଆଜି ସକାଳେ ମାମୁନି କୌଣସି କାମରେ କାର୍ ଯୋଗେ ଭବାନୀପାଟଣା ଯାଉଥିଲେ। ସୁବ୍ରତ ଗାଡ଼ି ଚଳାଉଥିବା ବେଳେ ମାମୁନି ଗାଡ଼ିର ଆଗ ସିଟ୍ରେ ବସିଥିଲେ। ଗୋବରବାହାଲି ନିକଟରେ କାର୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ମାମୁନିର ମୃତ୍ୟୁ ଘଟିଥିବା ବେଳେ ଗାଡ଼ିର ଚାଳକ ଗୁରୁତର ଆହତ ହୋଇଥିଲେ।
ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ଓ ଏଥିସହ କାର୍ ଚାଳକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
