Advertisment

ବାଇକ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ରାକ୍ଟର

ପୁଲିସ ଟ୍ରାକ୍ଟର ଓ ବାଇକକୁ ଜବତ କରି ଘଟଣାର ତଦନ୍ତ କରୁଛି।

Road Accident

Road Accident

Advertisment

ବାଇକ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ରାକ୍ଟର। କେନ୍ଦୁଝର ଜିଲ୍ଲା ନଦୀପଦା ଥାନା ଅନ୍ତର୍ଗତ ଅଣା କେନାଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ମରେଇ ଗାଁ ପଞ୍ଚାୟତ ଗୁହାଳ ଗଡ଼ିଆ ଗ୍ରାମର ଘନଶ୍ୟାମ ସା (୫୨)।

Advertisment

ଗତକାଲି ଅଣା କେନାଲ ନିକଟରେ ଟ୍ରାକ୍ଟର ଡ୍ରାଇଭର ଗାଡ଼ିକୁ ପଛକୁ ସାଇଟ କରୁଥିଲା। ଏହି ସମୟରେ ଛେନାପଡି ପଟୁ ଘନଶ୍ୟାମ ବାଇକ୍ ନେଇ ଆସୁଥିଲେ। ଟ୍ରାକ୍ଟରଟି ଘନଶ୍ୟାମଙ୍କୁ ଧକ୍କା ଦେଇଥିଲା। ସେ ରାସ୍ତାକଡ଼କୁ ଛିଟିକି ପଡ଼ିଥିଲେ। 

ସ୍ଥାନୀୟ ଲୋକେ ଘନଶ୍ୟାମଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଟ୍ରାକ୍ଟର ଓ ବାଇକକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Roadaccident Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe