Advertisment

ଘରକୁ ଯାଉଥିଲେ, ଯୁବକଙ୍କ ଉପରେ ମାଡ଼ିଗଲା ଅଜଣାଗାଡ଼ି

ଦୁର୍ଘଟଣାପରେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ।

Road Accident

Road Accident

Advertisment

ଚାଲିଚାଲି ଘରକୁ ଯାଉଥିଲେ। ଯୁବକଙ୍କ ଉପରେ ମାଡ଼ିଗଲା ଅଜଣାଗାଡ଼ି। ସୁନ୍ଦରଗଡ଼ ଜିଲ୍ଲା ପାନପଶିଆ ୨ନମ୍ବର ଛକ ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ପାନପଶିଆ ଗାଁର ପଙ୍କଜ ଦାସ।

Advertisment

ପଙ୍କଜ ଗଣୁଆରୁ ନିଜ ଗ୍ରାମ ପାନପଶିଆକୁ ଚାଲିଚାଲି ଆସୁଥିଲେ। ଏହି ସମୟରେ ପାନପଶିଆ ୨ନମ୍ବର ଛକ ନିକଟରେ ଅଜଣା ଗାଡ଼ି ତାଙ୍କ ଉପରେ ମାଡ଼ିଯାଇଥିଲା। ଘଟଣାସ୍ଥଳରେ ପଙ୍କଜଙ୍କର ମୃତ୍ୟୁ ଘଟିଛି।

ଦୁର୍ଘଟଣାପରେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। କୋଇଡା ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା।ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Advertisment
Road Accident Sudargrah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe