/odisha-reporter/media/post_attachments/uploadimage/library/16_9/16_9_0/IMAGE_1716872172.jpg)
Road accident
ସାବିତ୍ରୀ ଭାର ଦେଇ ଝିଅ ଘରୁ ଫେରୁଥିଲେ। ଦୁର୍ଘଟଣାରେ ଚାଲିଗଲା ବାପାର ଜୀବନ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ମେଘଳା ପଞ୍ଚାୟତ ସାହାଜବାହାଲ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ କବିରାଜ ପୋଢ଼ (୪୬)।
Advertisment
ଆଜି ସକାଳେ କବିରାଜ ଝିଅ ଘର ସାରଙ୍ଗପାଲି ଗାଁରୁ ସାବିତ୍ରୀ ଭାର ଦେଇ ବାଇକ ଯୋଗେ ନିଜ ଘରକୁ ଫେରୁଥିଲେ। ସାହାଜବାହାଲ ଗାଁ ନିକଟ ରାସ୍ତାରେ ବାଇକଟି ଭାରସାମ୍ୟ ହରାଇ ଧାନ ଗଦାକୁ ଧକ୍କା ଦେଇଥିଲା। କବିରାଜ ଛିଟିକି ତଳେ ପଡ଼ି ଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ କବିରାଜଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
