Accident
Advertisment
ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍। ଦୁର୍ଘଟଣାରେ ଚାଲିଗଲା ବାଇକ ଆରୋହୀଙ୍କ ଜୀବନ। ସୋନପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଗଇଲଗୁଡି ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ମୃତ ଯୁବକ ଜଣକ ହେଲେ ଉଲୁଣ୍ଡା ଥାନା ଡାଲଡବା ଗାଁର ବିକାଶ ଜଗଦଲା।
Advertisment
ଗତକାଲି ବିକାଶ କୌଣସି କାମରେ ବାହାରକୁ ଯାଇଥିଲେ। ରାତିରେ ଘରକୁ ଫେରିବାବେଳେ ଗଇଲଗୁଡି ନିକଟରେ ବିକାଶଙ୍କ ବାଇକଟି ଗଛରେ ପିଟି ହୋଇଯାଇଥିଲା।ଘଟଣାସ୍ଥଳରେ ବିକାଶଙ୍କର ମୃତ୍ୟୁ ଘଟିଥିଲା।
ଆଜି ସକାଳେ ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Accident_1724652995.jpg)