/odisha-reporter/media/post_attachments/uploadimage/library/16_9/16_9_0/Lightning_1682179988.jpg)
Lightning
ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅଞ୍ଚଳ ରେ ଆଜି ଅପରାହ୍ନ ସମୟରେ କାଳ ବୈଶାଖୀରେ ଜଣକର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହାତ ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ପାତ୍ରପୁର ଗାଁର ସୀମା ସାହୁ (୫୫)। ଆହତଙ୍କ ନାମ ହେଉଛି ଶଙ୍କର ସାହୁ ଓ ପଦ୍ମା ସାହୁ ବୋଲି ଜଣାପଡ଼ିଛି।
Advertisment
ସୂଚନା ଅନୁସାରେ ରାଶି ଅମଳ କରିବା ପାଇଁ ସୀମା ସାହୁ, ଶଙ୍କର ସାହୁ ଓ ପଦ୍ମା ସାହୁ ଗାଁ ନିକଟସ୍ଥ ଜମିକୁ ଯାଇଥିଲେ। ଜମିରେ କାମ କରିବା ସମୟରେ କାଳ ବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ଓ ପବନ ସାଙ୍ଗକୁ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା। ବର୍ଷା ଆସିବା ଦେଖି କାମ ବନ୍ଦ କରି ଘରକୁ ଫେରିବା ବେଳେ ରାସ୍ତାରେ ସମସ୍ତେ ବଜ୍ରାଘାତର ଶୀକାର ହୋଇଥିଲେ।
ଏନେଇ ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡ଼ାକ୍ତର ସୀମାଙ୍କୁ ମୃତ ଘୋଷଣା କରିଥିଲେ। ଆହତ ୩ଜଣକ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
