Advertisment

ଗୁଡ଼ି ସୂତା ଆଣିବାବେଳେ ନାବାଳକ ଉପରେ ମାଡ଼ିଗଲା ଲୌହଦାନବ

ରାଜଧାନୀ ଭୁବନେଶ୍ୱରରେ ଏହି ଦୁର୍ଘଟଣା ଘଟିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
train

train

ପିଲାଟି ସାଙ୍ଗମାନଙ୍କ ଖୁସିରେ ଗୁଡ଼ି ଉଡ଼ାଉଥିଲା। ଜାଣି ନଥିଲା ତାର ମୃତ୍ୟୁ ତାକୁ ହାତ ଠାରି ଡାକୁଛି। ଗୁଡ଼ି ଉଡ଼ାଇଲା ବେଳେ କଟିଗଲା ସୂତା। ଟ୍ରେନ୍ ଲାଇନ୍ ଅପର ପାର୍ଶ୍ୱରେ ସୂତା ଆଣିବା ପାଇଁ ଗଲା ବେଳେ ମାଡ଼ିଗଲା ଲୌହଦାନବ।

Advertisment

ରାଜଧାନୀ ଭୁବନେଶ୍ୱରରେ ଏହି ଦୁର୍ଘଟଣା ଘଟିଛି। ପିଲାଟିର ନାଁ ସୂର୍ଯ୍ୟକାନ୍ତ ପାତ୍ର( ୧୪) ବର୍ଷ। ତାର ଘର ଶହିଦନଗର ଶାନ୍ତିପଲ୍ଲୀ ବସ୍ତିରେ।

ଗତକାଲି ଅପରାହ୍ନ ସମୟରେ ଟ୍ରେନ ଲାଇନ ପାର୍ଶ୍ଵରେ ସୂର୍ଯ୍ୟକାନ୍ତ ଗୁଡ଼ି ଉଡ଼ାଉଥିଲା। ଏହି ସମୟରେ ଗୁଡ଼ିର ସୂତା କଟିଯାଇଥିଲା। ଗୁଡ଼ିର ସୂତା ଟ୍ରେନ ଲାଇନ ଅପର ପାର୍ଶ୍ୱରେ ପଡ଼ି ଯାଇଥିଲା। ସୂର୍ଯ୍ୟକାନ୍ତ ଟ୍ରେନ ଲାଇନ ପାର ହୋଇ ସୂତା ଆଣିବାକୁ ଗଲା ବେଳେ ପିଲାଟିର ଉପରେ ମାଡ଼ିଗଲା ଲୌହଦାନବ। ସେହିଠାରେ ହିଁ ନାବାଳକର  ମୃତ୍ୟୁ ଘଟିଥିଲା। GRP ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି।

Advertisment
Train Accident Bhubaneswar