Advertisment

ଘରକୁ ଫେରୁଥିଲେ ବାପା ଓ ଦୁଇ ଝିଅ; ପିଟି ଦେଲା କାର୍

ଦୁର୍ଘଟଣା ପରେ କାର୍‌ ଡ୍ରାଇଭର ଗାଡ଼ି ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Accident

Accident

ଘରେ ଚାଲିଥିଲାପୂଜାର୍ଚ୍ଚନା। ଏଥିପାଇଁ ଦୁଇ ଝିଅକୁ ହଷ୍ଟେଲରୁ ଘରୁ ନେଇ ଫେରୁଥିଲେ ବାପା। ଘରୁକୁ ଆସୁଥିବା ନେଇ ଦୁଇ ଝିଅ ଖୁସି ଥିବା ବେଳେ ବାପା ମଧ୍ୟ ଖୁସିଥିଲେ। ହେଲେ ସେମାନଙ୍କ ଖୁସି ବେଶୀ ସମୟ ରହି ନଥିଲା। ଆକାଶରେ ଯେପରି ହଠାତ୍ କଳା ବାଦଲ ମାଡ଼ି ଆସେ ସେପରି ସେମାନଙ୍କ ଖୁସିରେ ଲାଗିଯାଇଥିଲା ଗ୍ରହଣ। କାର ଧକ୍କାରେ ବାପାର ମୃତ୍ୟୁ ଘଟିଥିବା ବେଳେ ଦୁଇ ଝିଅ ଗୁରୁତର ଆହତ ହୋଇଥିଲେ।

Advertisment

କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ବିଲାପୁଟ ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟଛି। ମୃତକ ହେଲେ ହୀରାନା ନିର୍କି। ଆହତ ଦୁଇ ଝିଅଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି ସନ୍ଧ୍ୟାରେ ହୀରାନା ନିର୍କି ସିଲପଣ୍ଡି ଗାଁ ସ୍ଥିତ ସେବା ଆଶ୍ରମ ବିଦ୍ୟାଳୟରୁ ଦୁଇ ଝିଅଙ୍କୁ ନେଇ ବାଇକରେ ନିଜ ଗାଁ ସୁର୍ମୀକୁ ଫେରୁଥିଲେ। ଏହି ସମୟରେ ବିଲପୁଟ ନିକଟରେ ଏକ କାର ସହ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା। ସ୍ଥାନୀୟ ଲୋକେ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଲମତାପୁଟ ଅଶାକିରଣ ମେଡିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ହୀରାନାଙ୍କ ମୃତ୍ୟୁ ଘଟିଛି। ଗୋଟିଏ ଝିଅର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ତାଙ୍କୁ ବିଶାଖାପାଟଣାକୁ ସ୍ଥାନନ୍ତରିତ କରାଯାଇଛି। 

Advertisment

ଦୁର୍ଘଟଣା ପରେ କାର୍‌ ଡ୍ରାଇଭର ଗାଡ଼ି ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Roadaccident Koraput