Advertisment

ଗଣେଶ ମୂର୍ତ୍ତିରେ ଲାଗିଗଲା ବିଦ୍ୟୁତ ତାର; ଜଣେ ମୃତ, ୩ ଆହତ

ଗତକାଲି ସଂଧ୍ୟାରେ ୫ରୁ ୬ ଯୁବକ ଦୋକାନରୁ ଗଣେଶ ମୂର୍ତ୍ତି ନେଇ ଘରକୁ ଫେରୁଥିଲେ।

ଅଦ୍ୟତନ ହୋଇଛି
electric shock

electric shock

Advertisment

ଟାକ୍ଟରରେ ଗଣେଶ ମୂର୍ତ୍ତି ଆଣିବା ବେଳେ ଅଘଟଣ ଘଟିଛି। ମୂର୍ତ୍ତିଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯିବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ଘଟଣା ଘଟିଛି ଯାଜପୁର ଜିଲ୍ଲାରେ।

Advertisment

ଗତକାଲି ସଂଧ୍ୟାରେ ବରୀ ବ୍ଲକ ବାଲିବିଲ ପଞ୍ଚାୟତର ୫ରୁ ୬ ଯୁବକ ବଜାରରୁ ଗଣେଶ ମୂର୍ତ୍ତି କିଣି ଟ୍ରାକ୍ଟର ଯୋଗେ ଘରକୁ ଫେରୁଥିଲେ। ଅଧ ବାଟରେ ରାସ୍ତା ଉପର ଦେଇ ଯାଇଥିବା ବିଦ୍ୟୁତ ତାର ସହିତ ଗଣେଶ ମୂର୍ତ୍ତିଟି ଲାଗି ଯାଇଥିଲା। ଫଳରେ ଗାଡ଼ିଟି ଚାର୍ଜ ହୋଇଯାଇଥିଲା। ଟ୍ରାକ୍ଟରରେ ଥିବା ଯୁବକମାନେ ତଳକୁ ଛିଟିକି ପଡ଼ିଥିଲେ।

ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ୩ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ଜଣେ ଯୁବକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ଯୁବକମାନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡ଼ିଛି। ଏହାସହ ଟ୍ରାକ୍ଟର ଡ୍ରାଇଭରର କିଛି ହୋଇନାହିଁ।

Advertisment
Jajpur Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe