Advertisment

ମହାଦେବଙ୍କ ଦର୍ଶନ ପାଇଁ ଆସୁଥିଲେ; ରାସ୍ତାରେ ଓଲଟିଲା ଅଟୋ

ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର ଥିବାରୁ ମହାଦେବଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁମାନେ ଆସୁଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Accident

Accident

ମହାଦେବଙ୍କ ଦର୍ଶନ କରିବା ପାଇଁ ଅଟୋରେ ଆସୁଥିଲେ ୧୨ ଜଣ ଶ୍ରଦ୍ଧାଳୁ। ଅଧବାଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଅଟୋ। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଡନବସ୍କ ସ୍କୁଲ ନିକଟରେ ଏହି ଦୁର୍ଘଟଣା ଘଟିଛି।

Advertisment

ଦୁର୍ଘଟଣାରେ ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ଯୁବତୀ ଜଣଙ୍କ ହେଲେ ତୁଳସୀ କୁସୁଲିଆ।

ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର ଥିବାରୁ ଏକ ଅଟୋରେ ଚନ୍ଦ୍ରପୁର ବ୍ଲକ୍ ପିସ୍କାପଙ୍ଗା ପଞ୍ଚାୟତ ହିରବା ଗାଁରୁ ୧୨ ଶ୍ରଦ୍ଧାଳୁ ମୁନିଗୁଡା ବ୍ଲକ କୁମୁଡ଼ାବାଲି ଗାଁରେ ଥିବା ଶିବ ମନ୍ଦିରକୁ ଦର୍ଶନ କରିବା ପାଇଁ ଆସୁଥିଲେ। ବାଟରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଥିବାବେଳେ ୫ ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Accident Rayagada