Advertisment

ବଜ୍ରପାତରେ ଚାଲିଗଲା ମହିଳାଙ୍କ ଜୀବନ; ୭ ଗୁରୁତର

ଆଜି ସକାଳେ ମହିଳାମାନେ କ୍ଷେତରେ ଧାନ ରୋଉ ଥିଲେ। ଏହି ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା।

ଅଦ୍ୟତନ ହୋଇଛି
undefined

Lightning

Advertisment

ପୁରୀ ଜିଲ୍ଲାରେ ଆଜି ସକାଳେ ପ୍ରବଳ ବର୍ଷା ସାଙ୍ଗକୁ  ଘଡ଼ଘଡ଼ି ହୋଇଛି। ବଜ୍ରପାତରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୭ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତ ମହିଳା ଜଣଙ୍କ ହେଲେ କୁମ୍ପି ଭୋଇ। ତାଙ୍କ ଘର ରାମଚଣ୍ଡୀ ଥାନା ଅନ୍ତର୍ଗତ ଭୁଆଁ ଗ୍ରାମରେ। 

Advertisment

ଆଜି ସକାଳେ ମହିଳାମାନେ କ୍ଷେତରେ ଧାନ ରୋଉ ଥିଲେ। ଏହି ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା। ୮ଜଣ ମହିଳା ବିଲରେ ଅଚେତ ଅବସ୍ଥାରେ ପଡ଼ିଯାଇଥିଲେ। ଗ୍ରାମବାସୀମାନେ ସେମାନଙ୍କୁ ଉଦ୍ଧାର କରି  ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।  ସେଠାରେ ଡାକ୍ତର କୁମ୍ପିଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୭ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ରହିଛି।   ଅନ୍ୟପକ୍ଷରେ କୁମ୍ପିଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। 

Lightning Death Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe