Advertisment

ବଜ୍ରପାତରେ ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ

ଆଜି ସକାଳେ କିଛି ମହିଳା ଶ୍ରମିକ ବିଲରେ ଧାନ ରୋଉଥିଲେ।

author-image
Tapaswini Nayak
Lightning

Lightning

ବଜ୍ରପାତରେ ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ। ଏପରି ଘଟଣା ଘଟିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳରେ। ମୃତ ମହିଳାଙ୍କ ବୟସ ୫୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।

Advertisment

ଆଜି ସକାଳେ କିଛି ମହିଳା ଶ୍ରମିକ ବିଲରେ ଧାନ ରୋଉଥିଲେ। ଏହି ସମୟରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା। ପରେ ବିଲରେ କାମ କରୁଥିବା ସମସ୍ତ ଶ୍ରମିକ ରାସ୍ତା ଉପରକୁ ପଳାଇ ଆସୁଥିଲେ। ଏହି ସମୟରେ ହଠାତ୍ ବଜ୍ରପାତ ହୋଇଥିଲା। ୨ଜଣ ମହିଳା ଶ୍ରମିକ ଗୁରୁତର ଆହତ ହୋଇଥିଲେ।

ସେମାନଙ୍କୁ ଗୁରୁତର ଅବସ୍ଥାରେ ବାଙ୍ଗୁରୀ ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣେ ମହିଳା ଶ୍ରମିକଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। 

Advertisment
Puri Lighting