Advertisment

ମାନସିକ ପୂରଣ ପାଇଁ ଅଭାବନୀୟ କାଣ୍ଡ, ନିଜ ଜିଭ କାଟିଦେଲେ ଭକ୍ତ

ମାନସିକ ପୂରଣ ପାଇଁ ଜଣେ ଭକ୍ତ ମା’ଙ୍କ ସାମନାରେ ଏକ ଧାରୁଆ ବ୍ଲେଡରେ ନିଜ ଜିଭ କାଟି ଦେଇଥିବା ଜଣାଯାଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Blade

Blade

କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା ତାରିଣୀଙ୍କ ମନ୍ଦିର ପରିସରରେ ଘଟିଛି ଅଭାବନୀୟ ଘଟଣା। ମାନସିକ ପୂରଣ ପାଇଁ ଜଣେ ଭକ୍ତ ମା’ଙ୍କ ସାମନାରେ ଏକ ଧାରୁଆ ବ୍ଲେଡରେ ନିଜ ଜିଭ କାଟି ଦେଇଥିବା ଜଣାଯାଇଛି। ଗୁରୁତର ଭକ୍ତ ଜଣକ ଗଞ୍ଜାମ ଜିଲ୍ଲାର ବିଜୟ ପ୍ରଧାନ ବୋଲି ସୂଚନା ମିଳିଛି।

Advertisment

ନିଜ ମନସ୍କାମନା ପୂର୍ଣ୍ଣ ପାଇଁ ବିଜୟ ମା’ ତାରିଣୀଙ୍କ ନିକଟରେ ମାନସିକ ରଖିଥିଲେ। ଗତକାଲି ସନ୍ଧ୍ୟାରେ ସେ କେନ୍ଦୁଝରରେ ପହଞ୍ଚିଥିଲେ। ସେଠାରେ ମାଆଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ। ଏହାପରେ ଏକ ଧାରୁଆ ବ୍ଲେଡ ବାହାର କରି ନିଜ ଜିଭ କାଟି ପକାଇଥିଲେ।

ମନ୍ଦିର ପରିସରରେ ପ୍ରବଳ ରକ୍ତ ବୋହିବାରୁ ମନ୍ଦିର କର୍ମଚାରୀ ତାଙ୍କୁ ସଙ୍ଗେ ସଙ୍ଗେ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଏବେ ବିଜୟଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାଯାଇଛି।

Advertisment
Keonjhar