ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମୁକ୍ତାପଶି ମେଡିକାଲ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥରେ ଏକ ବାଇକ୍କୁ କାରଟିଏ ଧକ୍କା ଦେବାରୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଜ୍ୱାଇଁ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳାଙ୍କ ନାଁ ରଞ୍ଜ ବିଶ୍ୱାଳ। ତାଙ୍କୁ ୫୭ ବର୍ଷ ହୋଇଥିଲା। ତାଙ୍କ ଘର କଙ୍କିଳି ଗାଁରେ।
Also Read
କୌଣସି ଏକ କାମରେ ରଞ୍ଜ ବିଶ୍ୱାଳ ତାଙ୍କ ଜ୍ୱାଇଁ ସହିତ ମୁକ୍ତାପଶି ଆସିଥିଲେ। ହେଲେ ସେଠାରେ ମେଡିକାଲ ଛକରେ ସେମାନଙ୍କ ବାଇକକୁ ଏକ କାର ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ରଞ୍ଜ ବିଶ୍ୱାଳଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ଜ୍ୱାଇଁଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ କାରଟିକୁ ଅଟକ ରଖିବା ସହିତ କାମାକ୍ଷାନଗର ପୁଲିସକୁ ସୂଚନା ଦେଇଥିଲେ।
ରିପୋର୍ଟ- କାମାକ୍ଷାନଗରରୁ ବିଦ୍ୟାଧର ବରାଳ
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ପୁଣି ହିଟ୍ ଆଣ୍ଡ ରନ୍; ନେତା ପୁଅଙ୍କ ଦାମୀ ଗାଡ଼ି ଚକା ତଳେ ଚାଲିଗଲା ଜୀବନ
କର୍ଣ୍ଣାଟକର ଜଣେ କଂଗ୍ରେସ ନେତାଙ୍କ ପୁଅର SUV କାର୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।
Accident
ଘରକୁ ଫେରୁଥିଲେ ଦୁଇ ଯୁବକ, ରାତି ଅଧରେ ପିଟିଲା ଅଜଣା ଗାଡ଼ି
ଉଭୟ ପାରାଦୀପ ଯାଇଥିବା ବେଳେ ସେଠାରୁ ଘରକୁ ଫେରୁଥିଲେ । ମାତ୍ର ବିଳମ୍ବିତ ରାତିରେ ଉଭୟଙ୍କ ବାଇକ୍କୁ ଏକ ଅଜଣା ଗାଡ଼ି ପିଟି ଦେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା
Accident
ଛାଡ଼ଖାଇରେ ମାଛ ବିକିବାକୁ ବାହାରିଥିଲେ, ଚଢ଼ିଗଲା ଟ୍ରକ୍
ଆଜି ଛାଡ଼ଖାଇ ଥିବାବେଳେ ଭୋରରୁ ସେ ସାଇକେଲ ଯୋଗେ ମାଛ ନେଇ ବିକ୍ରି କରିବାକୁ ଯାଉଥିଲେ । ରାସ୍ତାରେ ଏକ ଟ୍ରକ ତାଙ୍କ ଉପରେ ଚଢିଯାଇଥିଲା ।