ସମ୍ବଲପୁରର ମାନେଶ୍ଵରରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ପ୍ରକାଶ ବାଗ। ତାଙ୍କ ଘର କୁମ୍ଭାରପଡ଼ା ଅଞ୍ଚଳରେ। ସେ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିଲେ।
ପ୍ରକାଶ ଆଜି ଏକ ଗାଡ଼ି ସଫା କରିବା ପାଇଁ ମାନେଶ୍ୱର ଯାଇଥିଲେ। ସେ କାମ ସାରି ବାଇକ୍ରେ ସେଠାରୁ ଫେରୁଥିବା ବେଳେ ୫୫ ନମ୍ବର ଜାତୀୟ ରାଜପଥରେ ଛିଡ଼ା ହୋଇଥିବା ଏକ ହାଇୱା ପଛରେ ପିଟି ହୋଇଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ଅନ୍ୟପକ୍ଷରେ ବରଗଡ଼ ଜିଲ୍ଲାର ଅତାବିରା ନିକଟରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ଟି ପୋଲର ଗାର୍ଡ ୱାଲ ଉପରେ ଚଢ଼ି ଯାଇଥିଲା। ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ। ସମ୍ବଲପୁର-ବରଗଡ଼ ଜାତୀୟ ରାଜପଥରେ ଅତାବିରା ନିକଟରେ ଥିବା ଦମଦମା ପୋଲରେ ଆଜି ଘଟିଛି ଏହି ଦୁର୍ଘଟଣା।
ବଣ୍ଟି ନାମ ଏକ ଘରୋଇ ବସ୍ ଭାରସାମ୍ୟ ହରାଇ ଗାର୍ଡ ୱାଲ ଉପରେ ଚଢ଼ି ଯାଇଥିଲା। ବସରେ ପ୍ରାୟ ୨୫ ଜଣ ଯାତ୍ରୀ ଥିଲେ। ଆହତ ଯାତ୍ରୀମାନଙ୍କୁ ଅତାବିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି l କୌଣସି ଯାତ୍ରୀ ଗୁରୁତର ହୋଇ ନଥିବା ଜଣାପଡ଼ିଛି।
ବସ୍ଟି ବଲାଙ୍ଗୀରରୁ ସମ୍ବଲପୁର ଯାଉଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/26/aaaaa-2026-02-26-13-37-52.jpg)