Advertisment

ସରପଞ୍ଚଙ୍କ କାର୍ ଧକ୍କାରେ ବୁଲେଟ ଚାଳକ ମୃତ, ଆଉ ୨ ଗୁରୁତର

ଗୁରୁତର ଆହତଦ୍ୱୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

Accident

Accident

Advertisment

ସରପଞ୍ଚଙ୍କ କାର ଧକ୍କାରେ ଜଣେ ବୁଲେଟ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାଟି ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଫତେପୁର ନିକଟରେ। 

Advertisment

ମୃତ ବ୍ୟକ୍ତିଙ୍କ ନାଁ ଶିଶିର ଦାସ। ତାଙ୍କ ଘର ଝିମାଣୀ ଗାଁରେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଶିଶିରଙ୍କ ସହିତ ବୁଲେଟରେ ଆଉ ଦୁଇ ଜଣ ବସିଥିବା ବେଳେ ଫତେପୁର ସରପଞ୍ଚ ସିଦ୍ଧାର୍ଥ ପ୍ରସାଦ ପ୍ରଧାନଙ୍କ କାର ସେମାନଙ୍କୁ ଧକ୍କା ଦେଇଥିଲା। କାର ନିଜେ ସରପଞ୍ଚ ଚଲାଉଥିଲେ। 

ଏହି ଦୁର୍ଘଟଣାରେ ଶିଶିରଙ୍କ ମୃତ୍ୟୁ ଘଟିଥିବା ବେଳେ ଆହତ ଦ୍ୱୟଙ୍କୁ ପ୍ରଥମେ କୁଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।  

Advertisment

ରିପୋର୍ଟ- ପାରାଦୀପରୁ ରମାକାନ୍ତ ନାୟକ 

Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe