Advertisment

ଟ୍ରକ୍ ଚକାରେ ପମ୍ପ ଦେବା ବେଳେ ଫାଟିଲା ଏୟାର ପ୍ରେସର ଟାଙ୍କି; ଚାଲିଗଲା ମିସ୍ତ୍ରୀଙ୍କ ଜୀବନ

ଆଜି ସକାଳେ ନବ କିଶୋର ଟ୍ରକ୍‌ ଚକାରେ ପମ୍ପ ଦେବାବେଳେ ଏୟାର ପ୍ରେସର ଟାଙ୍କିଟି ଫାଟିଯାଇଥିଲା।

ଅଦ୍ୟତନ ହୋଇଛି
Blast

Blast

Advertisment

ଟ୍ରକ୍‌ ଚକାରେ ପମ୍ପ ଦେବା ବେଳେ ଫାଟିଗଲା ଏୟାର ପ୍ରେସର ଟାଙ୍କି। ଘଟଣାସ୍ଥଳରେ ଗ୍ୟାରେଜ ମିସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ୨ଜଣ ଆହତ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ଦଧିମାଛଗାଡିଆ ଛକ ନିକଟରେ ଏହି ଅଘଟଣ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ନବ କିଶୋର ବରାଳ। ଆହତ ଦ୍ୱୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଦଧିମାଛଗାଡିଆ ଛକ ନିକଟରେ ନବ କିଶୋରଙ୍କ ଗ୍ୟାରେଜ ରହିଛି। ଆଜି ସକାଳେ ନବ କିଶୋର ଟ୍ରକ୍‌ ଚକାରେ ପମ୍ପ ଦେଉଥିଲେ। ଏହି ସମୟରେ ପ୍ରେସର ଟାଙ୍କିଟି ହଠାତ୍ ଫାଟି ଯାଇଥିଲା।  ବିସ୍ଫୋରଣରେ ନବ କିଶୋରଙ୍କର ଗଣ୍ଡିମୁଣ୍ଡ ଅଲଗା ହୋଇଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏୟାର ପ୍ରେସର ଟାଙ୍କି ଫାଟିବା ସମୟରେ ପାଖରେ ଥିବା ୨ ଜଣ ବ୍ୟକ୍ତି ମଧ୍ୟ ଆହତ ହୋଇଥିଲେ। ସେମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସଦରଥାନା ପୁଲିସ ମୃତଦେହକୁ ଉଦ୍ଧାର କରି  ବ୍ୟବଚ୍ଛେଦ ପାଇଁ ପଠାଇଛି ଓ  ଘଟଣାର ତଦନ୍ତ କରୁଛି।  

Advertisment
Deadbody Khodha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe