Advertisment

ବିଲେଇ ଉଦ୍ଧାର ପାଇଁ ଜଣେ ପରେ ଜଣେ ୩ ଜଣ କୂଅକୁ ଡେଇଁଥିଲେ; ହେଲେ ଚାଲିଗଲା ଜଣଙ୍କ ଜୀବନ

ପଟିଆ ଷ୍ଟେସନ ନିକଟରେ ଗୋଟିଏ ବିଲେଇ କୂଅ ଭିତରେ ପଡ଼ି ଯାଇଥିଲା। ଏହା ଦେଖି ଘର ମାଲିକ ବିଲେଇକୁ ବାଲ୍‌ତି ଓ ରଶି ମାଧ୍ୟମରେ କୂଅରୁ ଉଦ୍ଧାର କରୁଥିଲୁ।

author-image
Manoranjan Sial
Bhubaneswar

Bhubaneswar

ବିଲେଇକୁ ଉଦ୍ଧାର ପାଇଁ ଜଣେ ପରେ ଜଣେ ୩ ଜଣ କୂଅକୁ ଡେଇଁଥିଲେ। ହେଲେ କୂଅ ଭିତରେ ଚାଲିଗଲା ଜଣକ ଜୀବନ। ଅନ୍ୟ ଜଣଙ୍କୁ ଉଦ୍ଧାର କରାଯାଇଛି। ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଆଜି ଅପରାହ୍ନରେ ଏପରି ହୃଦୟବିଦାରକ ଘଟଣା ଘଟିଛି। ମୃତକଙ୍କ ଘର ଗଞ୍ଜାମ ଜିଲ୍ଲାରେ। ସେ ଜଣେ ଆଇସ୍‌କ୍ରିମ୍‌ ବେପାରୀ।

Advertisment

ପଟିଆ ଷ୍ଟେସନ ନିକଟରେ ଗୋଟିଏ ବିଲେଇ କୂଅ ଭିତରେ ପଡ଼ି ଯାଇଥିଲା। ଏହା ଦେଖି ଘର ମାଲିକ ବିଲେଇକୁ ବାଲ୍‌ତି ଓ ରଶି ମାଧ୍ୟମରେ କୂଅରୁ ଉଦ୍ଧାର କରୁଥିଲୁ। ଠିକ୍‌ ସେହି ସମୟରେ ମଲେଇ ବ୍ୟବସାୟ କରୁଥିବା ଗଞ୍ଜର ଅଞ୍ଚଳର ଶିବରାମ ସାହୁ ବିଲେଇକୁ ଉଦ୍ଧାର କରିଦେବେ ବୋଲି କହିଥିଲେ। ଏହା ପରେ ସେ ପାଇଁ କୂଆ ଭିତରକୁ ଲମ୍ଫ ମରିଥିଲେ। ହେଲେ ଦୀର୍ଘ ସମୟ ଧରି କୂଅରୁ ବାହାରିନଥିଲେ। ଏପରିକି ଡାକିଥିଲେ ମଧ୍ୟ ଶୁଣିନଥିଲେ। ଶିବରାମଙ୍କୁ ଉଦ୍ଧାର କରିବା ପାଇଁ ଶଙ୍କର ଦାସ ନାମକ ଜଣେ ଯୁବକ କୂଅ ଭିତରକୁ ଯାଇଥିଲେ। ହେଲେ ସେ ମଧ୍ୟ ବାହାରି ପାରିନଥିଲେ। ତା’ପରେ ଶିବରାମଙ୍କ ବଡ଼ ଭାଇ ଭଜରାମ ସାହୁ କୂଅ ଭିତରକୁ ଯାଇଥିଲେ। ଦୀର୍ଘ ସମୟ ଧରି ପାଣି ଭିତରେ ସାନ ଭାଇକୁ ଖୋଜିଥିଲେ। ମାତ୍ର ପାଇନଥିଲେ।

କୂଅ ଭିତରୁ ଶଙ୍କରଙ୍କୁ ଧରି କୂଅରୁ ବାହାରିଥିଲେ ଭଜରାମ ସାହୁ। ସ୍ଥାନୀୟ ଲୋକେ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ କୂଅ ଭିତରୁ ଶିବରାମଙ୍କ ମୃତଦେହ ଉଦ୍ଧାର କରିଥିଲେ। ଶଙ୍କରଙ୍କୁ ଭୁବନେଶ୍ୱରରେ ଏକ ଘରୋଇ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି।

Advertisment
Bhubaneswar Ganjam Bhubaneswar News