Drowned
ରାଉରକେଲାର କୋଏଲ ନଦୀରେ ବୁଡ଼ି ଜଣେ ନାବାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ନିଖୋଜ ଅଛନ୍ତି। ନିଖୋଜ ନାବାଳକଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଚଲାଇଛି ଅଗ୍ନିଶମ ବାହିନୀ।
ଲେବର ଟୁର୍ଣ୍ଣାମେଣ୍ଟ ଅଞ୍ଚଳର ୪ ଜଣ ସାଙ୍ଗ ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ପ୍ରଧାନପାଲି ନିକଟ ଦେଇ ବୋହି ଯାଇଥିବା କୋଏଲ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ବୁଡ଼ି ଯାଇଥିଲେ। ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଅନ୍ୟପକ୍ଷରେ ଅନ୍ୟ ଜଣେ ନାବାଳକ ନିଖୋଜ ଅଛନ୍ତି।
ମୃତ ନାବାଳକଙ୍କ ନାଁ ପ୍ରିୟାଂଶୁ ଭୋଳ। ସେ ରାଉରକେଲାର ଏକ ଘରୋଇ ସ୍କୁଲ୍ରେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ। ନିଖୋଜ ନାବାଳକ ଜଣଙ୍କ ମଧ୍ୟ ଅଷ୍ଟମ ଶ୍ରେଣୀରେ ପଢ଼ନ୍ତି ବୋଲି ଜଣାଯାଇଛି।
ସୂଚନାଯୋଗ୍ୟ, ଆଜି ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଜ୍ୟୋତିପୁର ଗାଁରେ ପୋଖରୀରେ ବୁଡ଼ି ଏକ ଭାଇଭଉଣୀଙ୍କ ମୃତ୍ୟୁ ଘଟିଛି। ଭାଇକୁ ୨ ବର୍ଷ ଓ ଭଉଣୀକୁ ୬ ବର୍ଷ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Drowned__1701517129.jpg)