Advertisment

କାରକୁ ପିଟି ଦେଲା ଟ୍ରକ୍‌: ଡିଏସ୍‌ପିଙ୍କ ସମେତ ୨ ଜଣଙ୍କ ମୃତ୍ୟୁ

ମୃତ ଡିଏସ୍‌ପି ବାଲେଶ୍ୱର ଜିଲ୍ଲାରେ ନିଯୁକ୍ତ ହୋଇଥିଲେ।

DSP

DSP

Advertisment

ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଚାନ୍ଦପୁର ଛକ ନିକଟରେ ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ଏକ କାରକୁ ଟ୍ରକ୍‌ଟିଏ ସମ୍ମୁଖରୁ ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପୁଲିସ୍ ଅଧିକାରୀ। ତାଙ୍କ ନାଁ ବଳରାମ ନାୟକ (୪୯)। ସେ ବାଲେଶ୍ୱର ଜିଲ୍ଲାରେ ଡିଏସ୍‌ପି ଭାବେ କାର୍ଯ୍ୟରତ ଥିଲେ। ଅନ୍ୟ ମୃତକଙ୍କ ନାଁ କୃଷ୍ଣଚନ୍ଦ୍ର ନାୟକ। ସେ କୃଷକ ସାଥୀ ଥିଲେ। ତା’ଛଡ଼ା ସେ ବଳାରାମଙ୍କର ସଂପର୍କୀୟ ମଧ୍ୟ ଥିଲେ।

Advertisment

ମୃତ ଡିଏସ୍‌ପି ବଳରାମ ନାୟକଙ୍କ ଘର କେନ୍ଦୁଝର ଜିଲ୍ଲା ଘଟଗାଁ ଅଞ୍ଚଳରେ। ସେ ଘଟଗାଁରୁ କାରରେ ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ରଙ୍ଗ୍ ରୁଟ୍‌ରେ ଆସୁଥିବା ଏକ ଟ୍ରକ୍ ସେମାନଙ୍କୁ ସମ୍ମୁଖରୁ ଧକ୍କା ଦେଇଥିଲା। କାରର ସମ୍ମୁଖଭାଗ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଉଭୟ ବଳାରାମ ଓ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ଘଟାଇବା ପରେ ଟ୍ରକ୍‌ ରଖି ଚାଳକ ଫେରାର ହୋଇଯାଇଥିଲେ। ପୁଲିସ୍ ଟ୍ରକ୍‌ଟିକୁ ଜବତ କରିଥିବା ବେଳେ ଚାଳକଙ୍କୁ ଖୋଜୁଛି। ଏହି ଦୁର୍ଘଟଣା ଯୋଗୁ ବେଶ୍ କିଛି ସମୟ ଧରି ଚାନ୍ଦପୁର ଛକରେ ରାସ୍ତା ଜାମ୍ ହୋଇଥିଲା। ପରେ ରାସ୍ତାରେ ଯା’ଆସ ସ୍ୱାଭାବିକ ହୋଇଥିଲା।

Advertisment
Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe